ଆମାଜନରେ ମିଳିବ ଏନ୍‌ସିଇଆର୍‌ଟି ପୁସ୍ତକ: ଧର୍ମେନ୍ଦ୍ର

ଭୁବନେଶ୍ୱର,୮।୧୦(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନ୍‌ସିଇଆର୍‌ଟି ଏବଂ ଅନ୍ୟତମ ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଲେଟର୍‌ ଅଫ୍‌ ଏନ୍‌ଗେଜମେଣ୍ଟ(ଏଲ୍‌ଓଇ) ସ୍ବାକ୍ଷରିତ ହୋଇଛି। ଏହା ହେଉଛି ପ୍ରଥମ ଚୁକ୍ତି, ଯାହା ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମରେ ମୁଦ୍ରିତ ମୂଲ୍ୟରେ ମୂଳ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକର ଉପଲବ୍ଧତା ସୁନିଶ୍ଚିତ କରିବ। ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ପଦକ୍ଷେପ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଜାତୀୟ ଶିକ୍ଷା ନୀତିର ଭିଜନକୁ ସୁଦୃଢ଼ କରିବ। ସମଗ୍ର ଦେଶରେ ଡିଜିଟାଲ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖାଯାଇଥିବା ବେଳେ ଏହି ପଦକ୍ଷେପ ସରକାରଙ୍କ ‘ଇଜ୍‌ ଅଫ୍‌ ଲିଭିଂ’ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବ। ଏନ୍‌ସିଇଆର୍‌ଟି ୧୯୬୩ରୁ ପ୍ରାୟ ୨୨୦ କୋଟି ପୁସ୍ତକ ଓ ଜର୍ନାଲ ସହିତ ପାଠ୍ୟପୁସ୍ତକ ପ୍ରକାଶ କରି ଭାରତର ଶିକ୍ଷା ଦୃଶ୍ୟପଟକୁ ନୂଆ ଆକାର ଦେଇଛି। ଏନସିଇଆରଟି ଦେଶ ପାଇଁ ଏକ ପ୍ରମୁଖ ଥିଙ୍କଟ୍ୟାଙ୍କ୍‌ ବୋଲି ଗୁରୁତ୍ୱାରୋପ କରିବା ସହ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍‌ କୋଡ୍‌ ଠିକଣାରେ ଏହି ପୁସ୍ତକ ଉପଲବ୍ଧ ହେବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି। ଏହି ପୁସ୍ତକଗୁଡ଼ିକ ଏମ୍‌ଆର୍‌ପିରେ ଉପଲବ୍ଧ ହେବା ନେଇ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଆମାଜନ ସହ ଏନସିଇଆର୍‌ଟିର ଭାଗୀଦାରିତାକୁ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି, ଏହା ଇଜ୍‌ ଅଫ୍‌ ଲିଭିଂ ଏବଂ ଶିକ୍ଷାର ଉପଲବ୍ଧତା ବୃଦ୍ଧି ଦିଗରେ ଏକ ସୁନ୍ଦର ପଦକ୍ଷେପ। ଏନସିଇଆରଟି ଚଳିତ ବର୍ଷ ୩ ଗୁଣା ଅଧିକ ପୁସ୍ତକ ପ୍ରକାଶନ ତଥା ୧୫ କୋଟି ପୁସ୍ତକ ପ୍ରକାଶ କରିବ ବୋଲି ସେ କହିଛନ୍ତି। ସେହିପରି ଅମୃତ କାଳର ୩୦୦ ନିୟୁତ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷଣକୁ ଆନନ୍ଦଦାୟକ କରିବା ଉପରେ ସେ ପରାମର୍ଶ ଦେଇଛନ୍ତି। ଇଣ୍ଟରଆକ୍ଟିଭ୍‌ ଏବଂ ଏଆଇ ଦ୍ୱାରା ପରିଚାଳିତ ଇ-ପୁସ୍ତକର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁ ହିତାଧିକାରୀମାନେ ଆଦୌ ପାଇବେନି

ଭୁବନେଶ୍ୱର,୮।୧୦: ଆସନ୍ତାକାଲି ଅର୍ଥାତ୍‌ ୯ ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ। ହେଲେ ଏହା ପୂର୍ବରୁ ସମସ୍ତଙ୍କ ମନରେ ପ୍ରଶ୍ନ...

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ

ଭୁବନେଶ୍ୱର,୮।୧୦: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ...

ବିଜେଡିରେ କୁଚକ୍ରୀ ଗୋଷ୍ଠୀ କିଏ ? ନବୀନଙ୍କ ଆଗରେ ମୁହଁ ଖୋଲିଲେ ଅମରେଶ, କହିଲେ…

ଭୁବନେଶ୍ୱର,୮ା୧୦: ଭୁବନେଶ୍ୱରରେ ବିଜେଡିର ଗୋଷ୍ଠୀକନ୍ଦଳ ପଦାରେ ପଡିଥିବାବେଳେ ସୋମବାର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା। ଦେଢ ଘଣ୍ଟା ଧରି...

ଆଜି ୨ ରାଜ୍ୟର ଭାଗ୍ୟ ପରୀକ୍ଷା: ଏକ୍‌ଜିଟ୍‌ପୋଲ ହେବ କି ସତ

ନୂଆଦିଲ୍ଲୀ,୮ା୧୦: ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି। ତେବେ ଆଜି ଭାଗ୍ୟ ପରୀକ୍ଷା।  ଏହି...

ବିକଳାଙ୍ଗ ଶିଶୁ କନ୍ୟା ଜନ୍ମ ପରେ ଶାଶୁଘର ଲୋକେ ଦେଉଥିଲେ ନିର୍ଯାତନା: ସହି ନ ପାରି…

କୁଜଙ୍ଗ,୮ା୧୦(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚାୟତ ପୋଖରିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୨ ଶିଶୁକନ୍ୟାଙ୍କୁ...

ମାମଲା ନ ଥିଲେ ଅଧିକାରୀ ହୋଇପାରିବେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଓଏସ୍‌ଡି

ଭୁବନେଶ୍ୱର,୮ା୧୦(ଅନିଲ ଦାସ): ଯେଉଁ ଅଧିକାରୀମାନଙ୍କୁ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ କିମ୍ବା ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯିବ, ସେମାନଙ୍କ ନାଁରେ କୌଣସି ପ୍ରକାର ଶୃଙ୍ଖଳାଗତ ମାମଲା, ଭିଜିଲାନ୍ସ...

ସିରିପାଇ ସରପଞ୍ଚଙ୍କୁ ବଡ଼ ଝଟ୍‌କା: ପଦ ଅସିଦ୍ଧ ଘୋଷଣା କଲେ କୋର୍ଟ

ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ସିରିପାଇ ପଞ୍ଚାୟତର ସରପଞ୍ଚ ଇଚ୍ଛାମନ ମାଝିଙ୍କ ପଦ ରଦ୍ଦ ହୋଇଥିବା ଅତିରିକ୍ତ ଜିଲା ଦୌରାଜଜ୍‌...

ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ବ୍ରାହ୍ମଣୀପାଳ ରେଞ୍ଜ ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri