Categories: ଜାତୀୟ

ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଲେଖାଯିବ ଭାରତ

ନୂଆଦିଲ୍ଲୀ,୨୫।୧୦: ନ୍ୟାସନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଯଥା ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯିବ। ପୁସ୍ତକରେ ଆବଶ୍ୟକୀୟ ପରିବର୍ତ୍ତନ ସଂପର୍କରେ ପ୍ୟାନେଲର ପ୍ରସ୍ତାବକୁ ଏନସିଇଆରଟି ଅନୁମୋଦନ କରିଛି। ପ୍ୟାନେଲର ସଦସ୍ୟ ମଧ୍ୟରୁ ଜଣେ ସିଆଇ ଇସାକ କହିଛନ୍ତି ଯେ ଏହି ପ୍ରସ୍ତାବ କିଛି ମାସ ପୂର୍ବରୁ ଆଗତ କରାଯାଇଥିଲା ଏବଂ ବର୍ତ୍ତମାନ ଏହାକୁ ସ୍ବୀକାର କରାଯାଇଛି।

ଏନସିଇଆରଟି ପ୍ୟାନେଲର ସୁପାରିଶ ଏକ ସମୟରେ କରାଯାଇଛି ଯେତେବେଳେ ରାଜନୈତିକ ମହଲରେ ଇଣ୍ଡିଆ ନାମକୁ ବଦଳାଇ ଭାରତ ରଖିବାକୁ କୁହାଯାଉଛି। ଇଣ୍ଡିଆ ପରିବର୍ତ୍ତେ ଭାରତ କରିବା ପ୍ରସଙ୍ଗ ଗତ ମାସ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା, ଯେତେବେଳେ ଜି -୨୦ ଇଭେଣ୍ଟ ସମୟରେ ଭାରତର ରାଷ୍ଟ୍ରପତିଙ୍କ ନାମରେ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯାଇଥିଲା।

Share