Categories: ବାଣିଜ୍ୟ

ସୋନି-ଜି ମିଶ୍ରଣକୁ ଏନ୍‌ସିଏଲ୍‌ଟିର ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦।୮: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଗୁରୁବାର ଜି ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଏବଂ ଜାପାନର ସୋନି(ବର୍ତ୍ତମାନ କୁଲଭର ମାକ୍ସ ଏଣ୍ଟରଟେନ୍‌ମେଣ୍ଟ)ର ମିଶ୍ରଣକୁ ଅନୁମୋଦନ କରିଛି। ୨୦୨୧ରେ ମିଶ୍ରଣ ନେଇ ଉଭୟ କମ୍ପାନୀ ରାଜି ହୋଇଥିଲେ।

ଏଚ୍‌.ଭି ସୁବା ରାଓ ଏବଂ ବୈଷୟିକ ସଦସ୍ୟ ମଧୁ ସିନ୍ହାଙ୍କୁ ନେଇ ଏନ୍‌ସିଏଲ୍‌ଟିର ମୁମ୍ବାଇ ବେଞ୍ଚ ଦ୍ୱାରା ଏହି ଆଦେଶ ଦିଆଯାଇଛି। ଏହାଫଳରେ ଦେଶର ସବୁଠାରୁ ବଡ଼ ୧୦ ମିଲିୟନ ଡଲାର(୮୨୬୭୩ କୋଟି ଟଙ୍କା)ର ଗଣମାଧ୍ୟମ କମ୍ପାନୀ ଗଠନ ଲାଗି ବାଟ ଫିଟିଛି।

Share