Categories: ଜାତୀୟ

ଶିମଲାରେ ନୁହେଁ ବେଙ୍ଗାଲୁରୁ ହେବ ବିରୋଧୀ ଦଳ ବୈଠକ

ମୁମ୍ବାଇ,୨୯।୬: ଲୋକ ସଭା ନିର୍ବାଚନ -୨୦୨୪ରେ ଭାଜପା ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶିମଲାରେ ଅନୁଷ୍ଠିତ ହେବ ବୋଲି କୁହାଯାଉଥିଲା। ବିରୋଧୀଙ୍କ ପରବର୍ତ୍ତୀ ବୈଠକ ୧୩ ଏବଂ ୧୪ ଜୁଲାଇରେ ହେବ ବୋଲି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯୋଗ ଉପରେ ଏନସିପି ସୁପ୍ରିମୋ ଶରଦ ପାୱାର ପାଲଟା ଉତ୍ତର ଦେଇଛନ୍ତି। ଶରଦ ପାୱାର କହିଛନ୍ତି, ପାଟନାରେ ବିରୋଧୀ ଦଳର ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଅଶାନ୍ତ ହୋଇପଡିଛନ୍ତି। ବିରୋଧୀଙ୍କ ପରବର୍ତ୍ତୀ ବୈଠକ ୧୩ ଏବଂ ୧୪ ଜୁଲାଇରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ।ଯେଉଁଠାରେ ଭାଜପା ସରକାର ଅଛି ସେଠାରେ ଜାତି ଦଙ୍ଗା ଘଟୁଛି। ଜାତି ଧର୍ମ ନାମରେ ମହାରାଷ୍ଟ୍ରରେ ଦଙ୍ଗା ଚାଲିଛି।

ଶରଦ ପାୱାର କହିଛନ୍ତି, ମୋ ଝିଇ ସୁପ୍ରିୟା ତାଙ୍କ କାର୍ଯ୍ୟ ଆଧାରରେ ୩ଥର ଲୋକ ସଭା ନିର୍ବାଚନ ଜିତିଛନ୍ତି। ମହାରାଷ୍ଟ୍ରରେ ଜିଲା ପଞ୍ଚାୟତ, ଗ୍ରାମ ପଞ୍ଚାୟତ, ମ୍ୟୁନିସିପାଲିଟି କର୍ପୋରେଶନ ସ୍ତରରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ରହିଛି। ଆମ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଦାବି ରହିଛି ଯେ ବିଧାନସଭା ଏବଂ ଲୋକ ସଭାରେ ମହିଳାମାନଙ୍କୁ ସଂରକ୍ଷଣ ଦେବା ପାଇଁ ଦେଶ ନିଷ୍ପତ୍ତି ନେବା ଉଚିତ୍‌। ଏନସିପି ସେମାନଙ୍କ ସହିତ ଛିଡା ହେବ।

Share