Categories: ଜାତୀୟ

ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ହତ୍ୟା ଧମକ

ମୁମ୍ବାଇ,୯।୬: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟୁଇଟରରେ ହତ୍ୟା ଧମକ ଦିଆଯାଇଛି। ଏହାପରେ ଏନସିପି ଏମପି ତଥା ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ପାର୍ଟିର ବରିଷ୍ଠ ନେତାମାନେ ମୁମ୍ବାଇ ପୋଲିସ କମିଶନରଙ୍କ ନିକଟରେ ପହଞ୍ଚିଛନ୍ତି। ଏନସିପିର ବରିଷ୍ଠ ନେତାମାନେ ଟୁଇଟରରେ ପାଓ୍ବାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Share