Categories: ଜାତୀୟ

‘ଇସ୍ତଫାର ନିଷ୍ପତ୍ତି ଫେରାଇ ନେବେନାହିଁ ଶରଦ ପାଓ୍ବାର’: ଅଜିତ ପାଓ୍ବାର

ମୁମ୍ବାଇ,୨।୫: ଏନସିପି ନେତା ଶରଦ ପାଓ୍ବାର ପାର୍ଟିର ମୁଖ୍ୟ ପଦରୁ ଇସ୍ତଫା ଦେବା ଘୋଷଣା କରିବା ପରେ ଏବେ ରାଜ୍ୟ ରାଜନୀତି ହୋଇଛି ସରଗରମ। ଏବେ ଅନୁମାନ କରି ଆଲୋଚନା ହେଉଛି ଯେ ଶରଦ ପାଓ୍ବାର ତାଙ୍କ ନିଷ୍ପତ୍ତିକୁ ବଦଳାଇ ନ ପାରନ୍ତି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ହେବେ ଏନସିପିର ପରବର୍ତ୍ତି ମୁଖ୍ୟ।

ଏହାରି ଭିତରେ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି କମିଟି ଯାହାବି ନିଷ୍ପତ୍ତି ନେବ ଆମେ ମାନିନେବୁ। ଅଜିତ କହିଛନ୍ତି ଶରଦ ପାଓ୍ବାର ତାଙ୍କ ବୟସକୁ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏନସିପିର ଅର୍ଥ ହେଉଛି ଶରଦ। ଯିଏ ବି ନୂଆ ଅଧ୍ୟକ୍ଷ ହେବେ ଆମେ ତାଙ୍କ ସହ ରହିବୁ। କର୍ମୀ ଚିନ୍ତା କରନ୍ତୁ ନାହିଁ। ଅଜିତ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଶରଦ ପାଓ୍ବାର ତାଙ୍କ ଇସ୍ତଫା ଫେରାଇ ନେବେ ନାହିଁ।

Share