Categories: ଜାତୀୟ

ଶରଦ ପାଓ୍ବାରଙ୍କ ଇସ୍ତଫାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ କହିଲେ, ‘ଏମଭିଏ ଉପରେ କୌଣସି ପ୍ରଭାବ ପଡିବ ନାହିଁ…’

ମୁମ୍ବାଇ,୨।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ମଙ୍ଗଳବାର ମେ’ ୨ରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପାଓ୍ବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ପାର୍ଟିର କର୍ମୀଙ୍କ ଗହଣରେ ଏହି ଘୋଷଣା କରିଛନ୍ତି। ପାଓ୍ବାରଙ୍କ ଇସ୍ତଫାକୁ ନେଇ ରାଜନୀତି ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ମହାରାଷ୍ଟ୍ର କଂଗ୍ରେସର ମୁଖ୍ୟ ନାନା ପଟୋଲେ ପାଓ୍ବାରଙ୍କ ଇସ୍ତଫାକୁ ନେଇ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଶରଦ ପାଓ୍ବାର କାହିଁକି ଇସ୍ତଫା ଦେଇଛନ୍ତି ଏବେ ତାହା କହିବା ମୁସ୍କିଲ, ହେଲେ ତାଙ୍କୁ ଦେଖି ଲାଗୁଥିଲା କି ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସାମାଜିକ ଓ ରାଜକୀୟ ଜୀବନରେ ରହିବେ ଓ ସବୁବେଳେ ଗୋଟିଏ ବିଚାର ଧାରାସହ ଲଢିବେ।
ନାନା ପଟୋଲେ କହିଛନ୍ତି, ଶରଦ ପାଓ୍ବାରଙ୍କ ଇସ୍ତଫା ମହାବିକାଶ ଅଘାଡି(ଏମଭିଏ) ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ତାଙ୍କ ଦଳର ନିଷ୍ପତ୍ତି ପରେ ଏବେ ଏନସିପିର ଯିଏ ବି ଅଧ୍ୟକ୍ଷ ରହିବେ ସେ ଏମଭିଏ ସହ ରହିବେ ବୋଲି ଆମେ ଆଶା କରୁଛୁ।

Share