Categories: ଜାତୀୟ

ଶରଦ ପାଓ୍ବାରଙ୍କ ଇସ୍ତଫା: ପରିବାର ସଦସ୍ୟ ହେବେ ନାହିଁ ଅଧ୍ୟକ୍ଷ, ଏନସିପି ସୂତ୍ରର ଦାବି

ମୁମ୍ବାଇ,୩।୫: ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ସେତେବେଳେ ଏକ ଭୂକମ୍ପ ସୃଷ୍ଟି ହୋଇଥିଲା, ଯେତେବେଳେ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଦଖଲ ରଖିଥିବା ଏନସିପିର ଅଧ୍ୟକ୍ଷ ଶରଦ ପାଓ୍ବାର ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଦେଶର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ପାଓ୍ବାର କହିଥିଲେ ଏବେ ମୁଁ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି। ଏହାପରଠାରୁ ହିଁ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ଏନସିପିର ପରବର୍ତ୍ତି ଅଧ୍ୟକ୍ଷ କିଏ ହେବେ।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏନସପିର ଅଧ୍ୟକ୍ଷ ବାଛିବା ପାର୍ଟିରେ ୧୦ଜଣ ଶୀର୍ଷ ନେତାଙ୍କ କମିଟି ନିଷ୍ପତ୍ତି ନେବେ କି ଏନସିପିର ଅଧ୍ୟକ୍ଷ କିଏ ହେବେ। ଇତିମଧ୍ୟରେ ଦଳ ଭିତରୁ ବିଶେଷ ସୂତ୍ରରୁ ଦାବି କରାଯାଇଛି କି କେତେଜଣ ନେତାଙ୍କ ସହ ସାକ୍ଷାତ କରିବା ସମୟରେ ଶରଦ ପାଓ୍ବାର ସ୍ପଷ୍ଟ କରିଥିଲେ କି ଏନସିପିର ପରବର୍ତ୍ତି ଅଧ୍ୟକ୍ଷ ପାଓ୍ବାରଙ୍କ ପରିବାରରୁ ହେବେ ନାହିଁ।

Share