Categories: ଜାତୀୟ

ଦିଲ୍ଲୀରେ ଲାଗିଲା ଅଜିତ ପାଓ୍ବାରଙ୍କ ବିରୋଧରେ ‘କଟପ୍ପା’ ବାଲା ପୋଷ୍ଟର, ଶରଦ ପାଓ୍ବାର ‘ବାହୁବଳୀ’

ନୂଆଦିଲ୍ଲୀ,୬।୭: ଏନସିପି ଭର୍ସେସ ଏନସିପି ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଯାଇଛି। କିଛି ସମୟ ପରେ ଶରଦ ପାଓ୍ବାର ମହାରାଷ୍ଟ୍ରରୁ ଯାଇ ଦିଲ୍ଲୀ ପହଞ୍ଚିଯିବେ।ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଶରଦ ପାୱାର ଯୋଗଦେବେ। ଅଜିତ ପାୱାରଙ୍କ ଦଳରେ ବିଦ୍ରୋହ ପରେଏବେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ଏନସିପି ବୈଠକ ପୂର୍ବରୁ ଅଜିତ ପାୱାରଙ୍କ ବିରୋଧରେ ପୋଷ୍ଟର ଲଗାଯାଇଛି।
ଏନସିପି ବୈଠକ ପୂର୍ବରୁ ଦିଲ୍ଲୀରେ ବାହୁବଳୀର ପୋଷ୍ଟର ଲଗାଯାଇଛି। ବାହୁବଳୀ ଚଳଚ୍ଚିତ୍ରରୁ ଏହି ପୋଷ୍ଟର ନିଆଯାଇଛି ଯେଉଁଥିରେ କଟ୍ଟାପା ବାହୁବଳୀଙ୍କୁ ପଛରୁ ଆକ୍ରମଣ କରୁଥିବା ଦେଖାଯାଇଥିଲା। ପୋଷ୍ଟରରେ ଅଜିତ ପାୱାରଙ୍କୁ କଟାପ୍ପା ବୋଲି କୁହାଯାଉଥିବାବେଳେ ମାମୁଁ ଶରଦ ପାୱାରଙ୍କୁ ବାହୁବଳୀ ବୋଲି ବର୍ଣ୍ଣନା କରାଯାଇଛି। ବିଶ୍ୱାସଘାତକ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛ।

Share