Categories: ଜାତୀୟ

ଶରଦଙ୍କୁ ବଡ଼ ଝଟକା, ୭ ବିଧାୟକ ଅଜିତଙ୍କୁ କଲେ ସମର୍ଥନ

ମୁମ୍ବାଇ,୨୦।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଜିତ ପାୱାରଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦଳର ମୁଖ୍ୟ ଶରଦ ପାୱାର ଦଳ ଉପରେ ନିଜର ଦାବି କରୁଛନ୍ତି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ରାଜ୍ୟର ସାତଜଣ ଏନସିପି ବିଧାୟକ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦଳକୁ ସମର୍ଥନ କରିଛନ୍ତି।

ନିକଟରେ ଅଜିତ ପାୱାରଙ୍କ ନେତୃତ୍ୱରେ ଅନେକ ଏନସିପି ବିଧାୟକ ଦଳ ବିରୋଧରେ ବିଦ୍ରୋହ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଭାଜପାର ମିଳିତ ସରକାରରେ ଯୋଗ ଦେଇଥିଲେ।

Share