Categories: ଜାତୀୟ

ଜେପିସି ତଦନ୍ତ ଦାବିକଲା ଏନ୍‌ସିପି

ମୁମ୍ବାଇ, ୧୯।୧(ପି.ଟି.): ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍‌ (ବିଏଆର୍‌ସି)ର ପୂର୍ବତନ ମୁଖ୍ୟ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ତଥାକଥିତ ହ୍ବାଟ୍ସଆପ୍‌ ଚାଟିଂର ତଦନ୍ତ ଲାଗି ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ଲାଗି ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ସୋମବାର ଦାବି କରିଛି। ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସମ୍ପର୍କରେ ଅର୍ଣ୍ଣବ ପୂର୍ବରୁ ଜାଣିଥିବା ଉକ୍ତ ଚାଟିଂରୁ ସ୍ପଷ୍ଟ ଜଣାପଡ଼ୁଥିବାରୁ ଏହା ଚିନ୍ତାର ବିଷୟ ବୋଲି ଏନ୍‌ସିପି ମୁଖ୍ୟ ମୁଖପାତ୍ର ମହେଶ ତାପସେ କହିଛନ୍ତି। ଟିଆର୍‌ପି ଫାଇଦା ପାଇଁ ଜାତୀୟ ନିରାପତ୍ତା ଭଳି ପ୍ରସଙ୍ଗକୁ ବ୍ୟବହାର କରାଯିବା ଅତି ଭୟଙ୍କର ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ମହେଶ ମଙ୍ଗଳବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଭେଟିବା ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିବେ ବୋଲି କହିଛନ୍ତି। ଅର୍ଣ୍ଣବ କିପରି ଏଭଳି ସମ୍ବେଦନଶୀଳ ତଥ୍ୟ ହାସଲ କରୁଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କେଉଁମାନେ ତାଙ୍କୁ ଏଭଳି ତଥ୍ୟ ଦେଉଥିଲେ, ସେମାନଙ୍କୁ ଚିହ୍ନଟ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ସିପି ନେତା ଆହ୍ବାନ କରିଛନ୍ତି।

Share