Categories: ଜାତୀୟ

ବିଧାନସଭାରେ ବିରୋଧୀ ଦଳର ନେତା ହେବେ ଅଜିତ ପାଓ୍ବାର

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ଜାରି ରହିଥିବା ହାଇଡ୍ରାମା ଏବେ ଶେଷ ହୋଇଛି। ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ୧୬୪ଟି ଭୋଟ ସିନ୍ଧେ-ଭାଜପା ଦଳ ସପକ୍ଷରେ ଯାଇଥିବା ବେଳେ ୯୯ଭୋଟ ବିରୋଧୀ ଦଳକୁ ଆସିଛି। ଇତିମଧ୍ୟରେ ଏନ୍‌ସିପି ନେତା ଅଜିତ ପାୱାରଙ୍କୁ ସୋମବାର ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍‌ସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ ଅଜିତ ପାୱାରଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ବିଧାନସଭାରେ ମଞ୍ଜୁରୀ ପ୍ରଦାନ କରାଯାଇଛି।

Share