Categories: ଜାତୀୟ

ଲୋକସଭାରେ ଏମପି ପଦ ହରାଇଲେ ଏନସିପି ନେତା ମହମ୍ମଦ ଫୈଜଲ

ନୂଆଦିଲ୍ଲୀ,୫।୧୦: ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମହମ୍ମଦ ଫୈଜଲଙ୍କ ଲୋକସଭାର ଏମପି ପଦ ରଦ୍ଦ ହୋଇଛି।
ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବୁଲେଟିରେ କୁହାଯାଇଛି ଯେ, କେରଳ ହାଇକୋର୍ଟର ସେପ୍ଟେମ୍ବର ୩ ତାରିଖର ଶୁଣାଣିକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳର ଏମପି ମହମ୍ମଦଙ୍କୁ ଲୋକସଭା ସଦସ୍ୟତା ପଦରୁ ନିଲମ୍ବିତ କରାଯାଇଛି। ଦୋଷୀ ସାବ୍ୟସ୍ତ ହେବା ଦିନ ଠାରୁ ଅର୍ଥାତ୍‌ ଜାନୁଆରୀ ୨୦୨୩ରୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତେବେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଲୋକସଭା ସଦସ୍ୟ ଭାବରେ ଅଯୋଗ୍ୟ କରାଯାଇଛି।

ପି ସାଲେହଙ୍କୁ ହତ୍ୟା ଉଦ୍ୟମ କରି କାଭରତୀ ଅଧିବେଶନ କୋର୍ଟ ମହମ୍ମଦଙ୍କ ସମେତ ଅନ୍ୟ ତିନିଜଣଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କିଛି ପରେ ସେ ଲୋକସଭା ସଦସ୍ୟତା ପଦରୁ ଅଯୋଗ୍ୟ ହୋଇଥିଲେ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଦୁଇ ମାସ ପରେ ମାର୍ଚ୍ଚ ୨୯ରେ କେରଳ ହାଇକୋର୍ଟ ମହମ୍ମଦଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରିଥିଲେ।

ଲୋକ ପ୍ରତିନିଧୀଙ୍କ ଅଧିନିୟମ ଅନୁଯାୟୀ, ଲାକ୍ଷାଦୀପ ସଂସଦୀୟ ଆସନ ପାଇଁ କୌଣସି ଉପ-ନିର୍ବାଚନ ହେବ ନାହିଁ କାରଣ ବର୍ତ୍ତମାନର ଲୋକସଭା କାର୍ଯ୍ୟକାଳରେ ଏକ ବର୍ଷରୁ କମ ସମୟ ବାକି ଅଛି। ବର୍ତ୍ତମାନ ଲୋକସଭାରେ ପାଞ୍ଚଟି ସିଟ ଖାଲି ରହିଛି।

Share