Categories: ଜାତୀୟ

‘ମୋଦିଙ୍କ ପାଖରେ ଯେଉଁ ଗୁଣ ଅଛି, ବିରୋଧୀ ଦଳର ନେତାଙ୍କଠାରେ ନାହିଁ’

ପୁଣେ,୨୮।୩: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଦିଙ୍କ ପାଖରେ ଯେଉଁ ଗୁଣ ଅଛି, ବିରୋଧୀ ଦଳର ନେତାଙ୍କଠାରେ ତାହା ନାହିଁ। ଯଦି ମୋଦି ଲୋକଙ୍କ ମତ ଜିତୁଛନ୍ତି ଏବଂ ତାଙ୍କୁ ବିଶ୍ୱରର ସବୁଠାରୁ ଲୋକପ୍ରିୟ ନେତା ଭାବରେ ମଧ୍ୟ ଦର୍ଶାଯାଉଛି, ତା’ହେଲେ ତାଙ୍କର କିଛି ଭଲ ଗୁଣ କିମ୍ବା ଭଲ କାର୍ଯ୍ୟ ଥିବ ଯାହା ବିରୋଧୀ ଦଳର ନେତାଙ୍କ ଠାରେ ନାହିଁ।
ଏପ୍ରିଲ ୨୦୧୯ରେ, ମେମନ ମୋଦିଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ର୍ଚୁୁାକୁ ଆସିଥିଲେ। ସେ କହିଥିଲେ ଯେ, ମୁଁ ଭାବୁଛି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜଣେ ଅଶିକ୍ଷିତ ଏବଂ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କ ପରି କଥା ହେଉଛନ୍ତି।

Share