Categories: ଜାତୀୟ

ପ୍ରଫୁଲ୍ଲ ପଟେଲଙ୍କ ଦାବି, ଏନସିପିର ୫୧ ବିଧାୟକ ଭାଜପା ସହ ମିଶି ଗଢିବାକୁ ଚାହୁଁଥିଲେ ସରକାର

ମୁମ୍ବାଇ,୪।୭: ଶରଦ ପାଓ୍ବାରଙ୍କ ପାର୍ଟି ଏନସିପି ଏବେ ସବୁଠାରୁ ବଡ ସଙ୍କଟ ସହ ଲଢିବାରେ ଲାଗିଛି। ଅଜିତ ପାୱାର ଏବଂ ଘନିଷ୍ଠ ନେତାଙ୍କ ବିଦ୍ରୋହ ପରେ ଶରଦ ପାୱାରଙ୍କୁ ବ୍ୟାକଫୁଟରେ ଦେଖିବାକୁ ମିଳିଛି। ବରିଷ୍ଠ ଏନସିପି ନେତା ତଥା ଏମପି ପ୍ରଫୁଲ୍ଲ ପଟେଲ ମଧ୍ୟ ଅଜିତ ପାୱାର କ୍ୟାମ୍ପରେ ଅଛନ୍ତି, ଯିଏକି ଶରଦଙ୍କ ଦ୍ୱାରା ଦଳରୁ ବହିଷ୍କୃତ ହୋଇଛନ୍ତି। ଏହି ସମୟରେ ପ୍ରଫୁଲ୍ଲ ପଟେଲ ଏକ ବଡ ଦାବି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଗତ ବର୍ଷ ଯେତେବେଳେ ଏମଭିଏ ସରକାର ଭାଙ୍ଗୁଥିଲା, ସେତେବେଳେ ଦଳର ୫୪ ବିଧାୟକଙ୍କ ମଧ୍ୟରୁ ୫୧ ଭାଜପା ସହ ସରକାର ଗଠନ ବିଷୟରେ ଆଲୋଚନା କରିଥିଲେ।

ଟାଇମ୍ସ ଅଫ ଇଣ୍ଡିଆ ସହିତ ଏକ ବାର୍ତ୍ତାଳାପରେ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଶିବସେନା ଭାଙ୍ଗିବା କାରଣରୁ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ପରିସ୍ଥିତି ବିଷୟରେ କହିଥିଲେ ଏବଂ କହିଥିଲେ ଯେ ସେତେବେଳେ ଆମକୁ ଏକ ସୁଯୋଗ ମିଳିଥିଲା, କିନ୍ତୁ ଏନସିପି ନେତୃତ୍ୱ ଠିକ ସମୟରେ ନିଷ୍ପତ୍ତି ନେଇପାରି ନ ଥିଲେ। ଏହା ପରେ ଏକନାଥ ଶିନ୍ଦେ ଏହାର ସୁଯୋଗ ନେଇ ଦେବେନ୍ଦ୍ର ଫଡନବିଶଙ୍କ ସହ ସରକାର ଗଠନ କରିଥିଲେ।

Share