Categories: ଜାତୀୟ

ଶରଦ ପାଓ୍ବାରଙ୍କ ନିକଟରେ ହିଁ ରହିବ ପାଓ୍ବାର, ଏନସିପି ବୈଠକରେ ଦ୍ୱିତୀୟ ଥର ଅଧ୍ୟକ୍ଷ ହେବାର ପ୍ରସ୍ତାବ ପାସ!

ମୁମ୍ବାଇ,୫।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ବାରଙ୍କ ପକ୍ଷରୁ ପଦରୁ ଇସ୍ତଫା ଦେବା ଘୋଷଣା ପରେ ମୁମ୍ବାଇରେ ଏନସିପି କୋର କମିଟିର ବୈଠକ ଚାଲିଛି। ଏହି ସମୟରେ ଏନସିପି ନେତା ପ୍ରଫୁଲ୍ଲ ପଟେଲ ନୂଆ ଅଧ୍ୟକ୍ଷ ନିର୍ବାଚନ ସମୟରେ ପୁଣିଥରେ ଶରଦ ପାଓ୍ବାରଙ୍କ ନାମର ପ୍ରସ୍ତାବ ଦେଇଛନ୍ତି। ଏହାସହ କମିଟି ଶରଦ ପାଓ୍ବାରଙ୍କ ଇସ୍ତଫାକୁ ଅମାନ୍ୟ କରିଦେଇଛି।

ଏହି ବୈଠକ ପୂର୍ବରୁ ଜୟନ୍ତ ପାଟିଲ ଟୁଇଟ କରି କହିଥିଲେ ଆମେ ସାହେବଙ୍କ ସହ ଅଛୁ। ଏପଟେ ପାଓ୍ବାରଙ୍କ ଇସ୍ତଫାକୁ ବିରୋଧ କରି ଜଣେ କର୍ମୀ ନିଜ ଉପରେ କିରାସିନ ଢାଳି ଦେଇଥିଲେ। ଏପଟେ ଏହି ବୈଠକ ପୂର୍ବରୁ ମହାରାଷ୍ଟ୍ରର କିଛି ଜିଲାରେ ପାର୍ଟିର କର୍ମୀମାନେ ଇସ୍ତଫା ଫେରାଇ ନେବା ବିରୋଧରେ ଧାରଣା ଦେଇଥିବା ନଜର ଆସିଥିଲା। ଠାଣେରେ ବି କିଛି ସ୍ଥାନରେ ପୋଷ୍ଟର ଲାଗିଥିଲା କି ପାଓ୍ବାର ସାହେବଙ୍କର କେହି ବିକଳ୍ପ ନାହିଁ।

ଏନସିପିର ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁଯାୟୀ, ପ୍ରଫୁଲ୍ଲ ପଟେଲଙ୍କ ପ୍ରସ୍ତାବ ପରେ କମିଟିର ସମସ୍ତ ସଦସ୍ୟ ତାଙ୍କ ଅଧ୍ୟକ୍ଷତାରେ ଗୋଟିଏ ଭୋଟ ଉପରେ ସହମତ ହୋଇପାରିବେ, ଏହାପରେ ପ୍ରଫୁଲ୍ଲ ପଟେଲ ଏକ ପ୍ରେସ କନଫରେନ୍ସ କରି ଆନୁଷ୍ଠାନିକ ଭାବେ ଘୋଷଣା କରିବେ କି ସର୍ବସମ୍ମତିକ୍ରମେ ପାଓ୍ବାରଙ୍କୁ ପୁଣିଥରେ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।

Share