Categories: ଜାତୀୟ

ଶରଦ ପାଓ୍ବାରଙ୍କ ଦାବି, ୩ ମାସରେ ସବୁଖେଳ ହେବ ଶେଷ, ଯେଉଁ ବିଧାୟକ ଯାଇଛନ୍ତି ସେମାନେ ପୁଣି ଫେରିବେ

ମୁମ୍ବାଇ,୩।୭: ଏନସିପି ନେତା ଅଜିତ ପାଓ୍ବାରଙ୍କ ବିଶ୍ୱାସଘାତକତା ପରେ ଶରଦ ପାଓ୍ବାର ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏହି ସମୟରେ ସେ ଅଜିତଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ମୋତେ ଛାଡି ଯାଇଥିବା ନେତା ପୂର୍ବରୁ ବି ନିର୍ବାଚନରେ ହାରିଛନ୍ତି। ସେ ଦାବି କରି କହିଛନ୍ତି ସବୁଖେଳ ୩ ମାସରେ ବଦଳାଇ ଦେବି, ଅଜିତ ପାଓ୍ବାରଙ୍କ ସହ ଯେଉଁ ବି ବିଧାୟକ ଯାଇଛନ୍ତି ସେମାନେ ପୁଣି ଫେରିବେ।

ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ରବିବାର ମହାରାଷ୍ଟ୍ର କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ବିରୋଧରେ ଦଳର ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କର ଯେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରହିଛି। ସେ କହିଛନ୍ତି ଯେ ମୋର ପ୍ରଥମ ବିଧାୟକଙ୍କ ବିଦାୟ ନେଇ ମୋର ଦୁଇ-ତିନୋଟି ପୁରୁଣା ଅଭିଜ୍ଞତା ଅଛି, ଭବିଷ୍ୟତରେ ଫଳାଫଳ ଭଲ ହେବ।

Share