Categories: ଜାତୀୟ

ଏନ୍‌ସିପି ବିଧାୟକ ଭରତ ଭାଲକେଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ରର ପଣ୍ଡରପୁର-ମଙ୍ଗଲବୈଧା ବିଧାନସଭା ଆସନରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ବିଧାୟକ ଭରତ ଭାଲକେଙ୍କର ଶନିବାର ପରଲୋକ ହୋଇଛି । ପୁଣେର ରୁବି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୩୦ ଅକ୍ଟୋବରରେ ସେ କରୋନାରେ ପୀଡ଼ିତ ହୋଇ ମାତ୍ର ୪ ଦିନରେ ସୁସ୍ଥ ହୋଇ ଯାଇଥିଲେ । ହେଲେ ତାଙ୍କ ନିକଟରେ କରୋନା ପରର କିଛି ସମସ୍ୟା ଦେଖାଦେବାରୁ ତାଙ୍କର ଚିକିତ୍ସା ଚାଲୁଥିବା ଅବସ୍ଥାରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର କିଡ୍‌ନୀ ସମସ୍ୟା ଦେଖାଦେଇଥିଲା ଓ ଏହା ଅଧିକ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ୬୦ ବର୍ଷୀୟ ଭାଲକେଙ୍କର ନିଧନ ଏନ୍‌ସିପି ପାଇଁ ଏକ ବଡ ଝଟ୍‌କା ବୋଲି କୁହାଯାଉଛି । ସେ ଲଗାତାର ୩ଥର ପଣ୍ଡରପୁର-ମଙ୍ଗଲବୈଧା ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ ।

Share