ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରର ଏନ୍ସିପି ବିଧାୟକ ଜିତେନ୍ଦ୍ର ଅହ୍ବାଦଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଜିତେନ୍ଦ୍ର ଅହ୍ବାଦ ତାଙ୍କ ସମର୍ଥକଙ୍କ ସହ ପୁଣେର ଏକ ମଲ୍ରେ ଫିଲ୍ମ ‘ହର ହର ମହାଦେବ’ର ସ୍କ୍ରିନିଂକୁ ବନ୍ଦ କରିଦେଇଥିଲେ। ଏହି ସମୟରେ ସେ ମଲ୍ରେ ମାରପିଟ୍ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଏନ୍ସିପି ବିଧାୟକଙ୍କୁ ଠାଣେ ପୋଲିସ ଶୁକ୍ରବାର ଗିରଫ କରିଛି। ଅନ୍ୟପଟେ ଏନେଇ ଜିତେନ୍ଦ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ମାମଲାରେ ସେ ଜାମିନ ପାଇଁ ଆବେଦନ କରିବେ ନାହିଁ।