Categories: ଜାତୀୟ

୩ ମାସର ଶିଶୁଙ୍କୁ ଧରି ବିଧାନସଭାରେ ପହଞ୍ଚିଲେ ବିଧାୟିକା

ନାଗପୁର,୧୯।୧୨: ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନରେ ମହିଳା ସଶକ୍ତିକରଣର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ସୋମବାର ତାଙ୍କର ତିନି ମାସର ଶିଶୁ ସହିତ ବିଧାନସଭାରେ ପହଞ୍ଚିଥିଲେ ଏବଂ ଗୃହ ପ୍ରକ୍ରିୟାରେ ମଧ୍ୟ ଭାଗ ନେଇଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସରୋଜ ଗତ ୩୦ ସେପ୍ଟେମ୍ବରରେ ମା’ ହୋଇଥିଲେ। ସେ କହିଛନ୍ତି, କରୋନା କାରଣରୁ ଗତ ୨.୫ ବର୍ଷ ଧରି ନାଗପୁରରେ କୌଣସି ଅଧିବେଶନ ଆୟୋଜିତ ହୋଇନାହିଁ। ମୁଁ ବର୍ତ୍ତମାନ ଜଣେ ମା’, କିନ୍ତୁ ମୋର ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବିଧାନସଭାକୁ ଆସିଛି।

Share