Categories: ଜାତୀୟ

ମରାଠା ସଂରକ୍ଷଣର ଆନ୍ଦୋଳନ କାରୀ ଜାଳିଦେଲେ ଏନସିପି ବିଧାୟକଙ୍କ ଘର

ମୁମ୍ବାଇ,୩୦।୧୦: ମରାଠା ସଂରକ୍ଷଣ ଆନ୍ଦୋଳନ ମହାରାଷ୍ଟ୍ରରେ ଏକ ହିଂସାତ୍ମକ ରୂପ ନେଇଛି। ଏଠାରେ ବିଡରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀମାନେ ଏନସିପି (ଜାତୀୟତାବାଦୀ କଂଗ୍ରେସ ପାର୍ଟି) ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ମରାଠା ସଂରକ୍ଷଣ ଆନ୍ଦୋଳନକାରୀଙ୍କ ଆକ୍ରମଣ ପରେ ବିଧାୟକ ପ୍ରକାଶ ସୋଲଙ୍କେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଧାୟକ କହିଛନ୍ତି, ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ମୁଁ ମୋ ଘର ଭିତରେ ଥିଲି। ସୌଭାଗ୍ୟବଶତଃ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ମୋର ପରିବାର ସଦସ୍ୟ କିମ୍ବା କର୍ମଚାରୀ ଆହତ ହୋଇନାହାଁନ୍ତି।

ବିଧାୟକ ପ୍ରକାଶ ସୋଲାଙ୍କେ କହିଛନ୍ତି ଯେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ସମ୍ପତ୍ତି ନଷ୍ଟ ହୋଇଛି। ମରାଠା ସଂରକ୍ଷଣ ବିରୋଧୀଙ୍କ ଦ୍ୱାରା ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ବିଡ ବାସଭବନ ଉପରେ ହୋଇଥିବା ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି ଯେ ମନୋଜ ଜରାଙ୍ଗେ ପାଟିଲ (ମରାଠା ମୋର୍ଚ୍ଚାର ସଂଯୋଜକ) ଧ୍ୟାନ ଦେବା ଉଚିତ ଯେ ଏହି ପ୍ରତିବାଦ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛି। ଏହା ଭୁଲ ଦିଗରେ ଯାଉଛ। ମୁଖ୍ୟମନ୍ତ୍ରୀ ଶିନ୍ଦେ ଏହା ମଧ୍ୟ କହିଛନ୍ତି ଯେ ମରାଠା ସଂରକ୍ଷଣ ବିରୋଧୀ ମନୋଜଙ୍କୁ ସରକାର ସମୟ ଦେବା ଉଚିତ, ସରକାର ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି।

Share