Categories: ଜାତୀୟ

ଏମ୍‌ପିଙ୍କ ଶାଢ଼ିରେ ଲାଗିଗଲା ନିଆଁ

ପୁଣେ,୧୫।୧: ମହାରାଷ୍ଟ୍ରର ପୁଣେଠାରେ ରବିବାର ଏକ କାର୍ଯ୍ୟକ୍ରମରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ଏମ୍‌ପି ସୁପ୍ରିୟା ସୁଲେ ଯୋଗଦେଇଥିବାବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ତେବେ ସେ ସୁରକ୍ଷିତ ରହିଥିବାରୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ବାରାମତୀ ଏମ୍‌ପି ଏକ ବିବୃତିରେ କହିଛନ୍ତି। ହିଞ୍ଜାଓ୍ବାଡ଼ିରେ ଏକ କରାଟେ ପ୍ରତିଯୋଗିତାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସୁଲେ ଯୋଗଦେଇଥିଲେ। ସେ ସେଠାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ଛୋଟ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଉଥିବାବେଳେ ତାଙ୍କ ଶାଢ଼ିରେ ଦୀପ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇ ଦିଆଯାଇଥିଲା ବୋଲି ସୁଲେ କହିଛନ୍ତି।

Share