Categories: ଜାତୀୟ

ବିଗିଡିଲା ଶରଦ ପାଓ୍ବାରଙ୍କ ସ୍ବାସ୍ଥ୍ୟାବସ୍ଥା

ମୁମ୍ବାଇ,୩୧।୧୦: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚଳିତ ସପ୍ତାହରେ ସେ ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ପାର୍ଟି କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ ଜାରି ରଖିବେ। ସେ ମଧ୍ୟ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ଯୋଗଦେବାକୁ ଯାଉଛନ୍ତି।

Share