Categories: ଜାତୀୟ

ଅଜିତ ଗୋଷ୍ଠୀଙ୍କ ପକ୍ଷରୁ ବିଧାୟକଙ୍କୁ କରାଯାଉଛି ଫୋନ୍‌! ଶରଦ ପାଓ୍ବାରଙ୍କୁ ସମ୍ମାନ କରନ୍ତୁ କିନ୍ତୁ…

ମୁମ୍ବାଇ,୫।୭:ଏନସିପି ଦଳର ମାଲିକାନା କାହା ହାତକୁ ଯିବ ଏବଂ କାହା ପାଖରେ ଅଧିକ ବିଧାୟକ ରହିବ ଏନେଇ ମହାରାଷ୍ଟ୍ର ରାଜନୀତିରେ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏହାରି ଭିତରେ ଅଜିତଙ୍କ ପାଓ୍ବାର ବୈଠକ ଡାକିଥିବାବେଳେ ବୁଧବାର ଦିନ ୧ଟାରେ ବୈଠକ ଡାକିଛନ୍ତି ଶରଦ ପାଓ୍ବାର। ୮୩ ବର୍ଷିୟ ଶରଦ ପାୱାର ତାଙ୍କ ଅଭିଜ୍ଞତା ତଥା ଲୋକଙ୍କ ମଧ୍ୟରେ ଲୋକପ୍ରିୟତାକୁ ନେଇ ବିଧାୟକଙ୍କୁ ଏକଜୁଟ କରିବାକୁ ଲାଗି ବଡିଥିବାବେଳେ ଅଜିତ ପାୱାର ନିଜ ବିଧାୟକମାନଙ୍କୁ ଦଳର ପ୍ରୋଟକଲ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଜିତଙ୍କ ପକ୍ଷରୁ ବିଧାୟକଙ୍କୁ ଫୋନ୍‌ କରାଯାଇ ବୈଠକରେ ଯୋଗଦେବାକୁ କୁହାଯାଉଛି। ଏଥିସହ ଦଳରେ ଯୋଗ ଦେଲେ ୨୪ ଲୋକସଭା ନିର୍ବାଚନ ଜିତିଲେ କ୍ଷମତା ଲୋଭ ମଧ୍ୟ ଯଚା ଯାଇଛି।

ଅଜିତଙ୍କ ଗୋଷ୍ଠୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ବିଧାୟକମାନେ ଶରଦ ପାୱାରଙ୍କୁ ସମ୍ମାନ କରନ୍ତୁ କିନ୍ତୁ ଏହି ସମୟରେ ଦଳର ପ୍ରୋଟକଲ ନିଷ୍ପତ୍ତି ମାନନ୍ତୁ। ଅଜିତଙ୍କ ବୈଠକରେ ଆସୁଥିବା ବିଧାୟକଙ୍କୁ ଏକ ଶପଥ ପତ୍ର ବା ହ୍ବିପ୍‌ ସ୍ବାକ୍ଷର କରାଯାଉଛି। ଅଜିତ ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ଅଛି ବୋଲି ଦାବି କରିଛନ୍ତି ସେମାନଙ୍କ ଅଜିତଙ୍କୁ ସମର୍ଥନ କରିବାର ସ୍ବାକ୍ଷର ତାଙ୍କ ପାଖରେ ଅଛି ବୋଲି ରାଜ୍ୟପାଳଙ୍କୁ ଚିଠି ଲେଖି କହିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ମତାବକ, ସେଥିମଧ୍ୟରୁ କେତେକ ବିଧାୟକ ତାଙ୍କ ଦ୍ୱାରା ଜବରଦସ୍ତି ସ୍ବାକ୍ଷାର କରାଯାଇଥିବା ନେଇ ମଧ୍ୟ ପ୍ରକାଶ କରିଛନ୍ତି।

Share