Categories: ଜାତୀୟ

ଇସ୍ରାଏଲ ସହିତ ନାହାନ୍ତି ଭାରତ ସରକାର: ଶରଦ ପାଓ୍ବାର

ମୁମ୍ବାଇ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ ସପ୍ତାହରେ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଏହି ସମୟରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସମର୍ଥନ ବିଷୟରେ କହିଛନ୍ତି ଯେ, ମୁଁ ଭାବୁନାହିଁ ଭାରତ ସରକାର ଇସ୍ରାଏଲକୁ ୧୦୦ ପ୍ରତିଶତ ସମର୍ଥନ କରୁଛନ୍ତି।

ଶରଦ ପାୱାର ଆହୁରି କହିଛନ୍ତି, ଯଦି ଆମେ ଭାରତ ସରକାରଙ୍କ ସରକାରୀ ବିବୃତ୍ତିକୁ ଦେଖିବା, ତେବେ ଭାରତ ସରକାର ଇସ୍ରାଏଲ ସହିତ ୧୦୦ ପ୍ରତିଶତ ନାହାନ୍ତି। ତାଙ୍କ ବିବୃତ୍ତିରୁ ଏହା ଜଣାପଡୁଛି କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ସେ ଇସ୍ରାଏଲ ସହିତ ଅଛନ୍ତି। ପାୱାର କହିଛନ୍ତି,ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବାବେଳେ ସରକାର ଆଫଗାନିସ୍ତାନ, ଇରାନ, ୟୁଏଇ ଏବଂ ଗଲ୍ଫ ଦେଶକୁ ଅଣଦେଖା କରିବା ଉଚିତ୍‌ ନୁହେଁ।

 

 

Share