Categories: ଜାତୀୟ

ମୋଦିଙ୍କୁ ଭେଟିଲେ ଏନ୍‌ସିପି ନେତା

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ମୋଦିଙ୍କ ବାସଭବନରେ ଏହି ବୈଠକ ପ୍ରାୟ ୧ଘଣ୍ଟା ଧରି ଚାଲିଥିଲା। ତେବେ ଏଥିରେ ଦୁହିଁଙ୍କ ଭିତରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା ଏବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଶରଦଙ୍କ ଏହି ସାକ୍ଷାତକାର ପରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କାରଣ ମୋଦି ଓ ଶରଦଙ୍କ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଗତ ମାସରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ସୂଚନା ମୁତାବକ ୨ଦିନ ପୂର୍ବରୁ ଶରଦ ପାଓ୍ବାରଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ତାଙ୍କୁ ସାକ୍ଷାତାକର କରିଥିଲେ।

Share