ମୁମ୍ବାଇ,୧୧ା୬: ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଝିଅ ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ସହ ତାଙ୍କୁ ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟର ଦାୟିତ୍ୱ ଦେଇଛନ୍ତି। ଏଥିସହିତ ତାଙ୍କୁ ଦଳର କେନ୍ଦ୍ରୀୟ ନିର୍ବାଚନ ମୁଖ୍ୟ ନିଯୁକ୍ତ କରାଯାଇଛି।
ଏପରିକି ଦଳର ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କ ପାଇଁ ମହାରାଷ୍ଟ୍ର ରାଜନୀତିରେ ବଡ଼ ଭୂମିକା ନେବାକୁ ଦଳ ଆଶା କରୁଛି। ୨୦୨୪ ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡ଼ି (ଏମ୍ଭିଏ) ମେଣ୍ଟକୁ କ୍ଷମତାକୁ ଆଣିଲେ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି ଏକ ବିଶେଷ ସୂତ୍ରରୁ କୁହାଯାଇଛି।