Categories: ଜାତୀୟ

ବର୍ନଭିଟା ବିଜ୍ଞାପନ ହଟାଇବାକୁ ଏନ୍‌ସିପିସିଆର୍‌ର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୪(ପି.ଟି.) : ବିଭ୍ରାନ୍ତିକର ବିଜ୍ଞାପନ, ପ୍ୟାକେଜିଂ ଓ ଲେବଲ୍‌ ହଟାଇବା ପାଇଁ ବର୍ନଭିଟାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) ନିର୍ଦ୍ଦେଶ ଦେଇଛି। ମୋଣ୍ଡେଲେଜ୍‌ ଇଣ୍ଡିଆ ମାଲିକାନାରେ ଥିବା ଉକ୍ତ କମ୍ପାନୀର ସ୍ବାସ୍ଥ୍ୟପ୍ରଦ ପାନୀୟରେ ଅତ୍ୟଧିକ ମାତ୍ରାରେ ଶର୍କରା ରହିଥିବା ଏକ ଭିଡିଓରେ ଦାବି କରାଯାଇଥିଲା, ଯାହା ଶିଶୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏଥିପାଇଁ ଶୀର୍ଷ ଶିଶୁ ଅଧିକାର ସଂସ୍ଥା ପକ୍ଷରୁ ମୋଣ୍ଡେଲେଜ୍‌ ଇଣ୍ଡିଆକୁ ୭ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି।

Share