Categories: ଜାତୀୟ

ଏନସିଆରବିର ଚାଞ୍ଚଲ୍ୟକର ରିପୋର୍ଟ: ଦେଶରେ ପ୍ରତିଦିନ ୮୭ଜଣ ମହିଳାଙ୍କ ସହ ହେଉଛି ବଳତ୍କାର!

ନୂଆଦିଲ୍ଲୀ,୨୧।୭: ମଣିପୁରର ଲୋମଟାଙ୍କୁରା ଭିଡିଓ ଭାଇରାଲ ହେବା ପରେ ଦେଶ ସ୍ତବ୍ଧ। ସାରାଦେଶ ଏହାକୁ ନିନ୍ଦା କରୁଛି। ଭିଡିଓ ଭାଇରାଲ ହେବାର ଦୁଇଦିନ ପରେ ପୁଣି ସମାନ ଘଟଣା ସାମ୍ନାକୁ ଆସିଛି। ଗଶ୍ଚିମବଙ୍ଗରେ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଯାଇଛି। ଦେଶ ଆଜି ସାରା ବିଶ୍ୱ ନଜରରେ ତଳକୁ ନଇଁ ଯାଇଛି। ହିଂସା ଏବଂ ଦଙ୍ଗାରେ ଅଧିକାଂଶ ମହିଳା ଶିକାର ହେଉଥିବା ଦେଖିବାକୁ ମିଳୁଛି।

ଏନସିଆରବି ରିପୋର୍ଟରେ ଅନୁଯାୟୀ, ୨୦୨୧ ମସିହାରେ ରାଜସ୍ଥାନରେ ୬୩୩୭ ଜଣ ମହିଳାଙ୍କୁ ବଳାତ୍କାର କରାଯାଇଛି। ଛତିଶଗଡରେ ୧୦୯୩ଟି ବଳାତ୍କାର ଘଟଣା ଘଟିଛି। ମଧ୍ୟପ୍ରଦେଶରେ ୨୯୪୭, ୟୁପିରେ ୨୮୪୫ ଏବଂ ମହାରାଷ୍ଟ୍ରରେ ୨୪୯୬ ଜଣ ବଳତ୍କାର କରାଯାଇଛି। ଦେଶରେ ପାଞ୍ଚ ବର୍ଷ ଅର୍ଥାତ୍‌ ୧୮୨୫ ଦିନରେ ଦେଢ ଼ ଲକ୍ଷ ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ସବୁଠାରୁ ଚାଞ୍ଚଲ୍ୟକର ରିବୋର୍ଟ ହେଉଛି ପ୍ରତିଦିନ ଦେଶରେ ୮୭ଜଣ ମହିଳା ବଳତ୍କାର ହେଉଛନ୍ତି।

Share