Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ରାଞ୍ଚି,୧୮।୧୨: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମପନ୍ତ ସୋରେନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛନ୍ତି। ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି। ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ହେମନ୍ତ ସୋରେନ ଉପରେ ମଡେଲ ଦ୍ୱାରା ଲଗାଯାଇଥିବା ବଳାତ୍କାର ଅଭିଯୋଗକୁ ଗୁରୁତର ସହ ନେଇଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ମୁମ୍ବାଇର ଜଣେ ମଡେଲଙ୍କୁ ହେମନ୍ତ ସୋରେନ ବଳାତ୍କାର କରିଥିବା ଗଣମାଧ୍ୟମର ଖବର ଆମେ ପଢିଛୁ। ଏବେ ଏହି ମାମଲାର ଷ୍ଟାଟସ ରିପୋର୍ଟ କଣ ରହିଛି ତାହା ଜାଣିବା ପାଇଁ ମହାରାଷ୍ଟ୍ର ଡିଜିଙ୍କୁ ଜବାବ ମଗାଯାଇଛି ବୋଲି କହିଶା କମିଶନ ପକ୍ଷରୁ କୁହାଯାଇଛି। ବଳାତ୍କାରର ଶିକାର ହୋଇଥିବା ମଡେଲ ଅଭିଯୋଗ କରିଛନ୍ତି ଯେ ୨୦୧୩ରେ ତାଙ୍କୁ କେବଳ ହେମନ୍ତ ସୋରେନ ଏବଂ ସୁରେଶ ନାଗ୍‌ରେ ନାମକ ଜଣେ ବ୍ୟକ୍ତି ବ୍ୟକ୍ତି ବଳାତ୍କାର କରି ନ ଥିଲେ ବରଂ ତାଙ୍କୁ ଏବଂ ତାଙ୍କ ପରିବାରକୁ ଧମକ ଦିଆଯାଉଥିଲା। ମଡେଲକୁ କୁହାଯାଇଥିଲା ଯେ ଯଦି ସେ ବଳାତ୍କାର ଘଟଣାକୁ ସାର୍ବଜନୀନ କରନ୍ତି ତେବେ ଏହାର ପରିଣାମ ଭୋଗିବ।
ସୋସିଆଲ ମିଡିଆରେ ପୀଡିତା ମଡେଲ୍‌ଙ୍କ ଏକ ଅଭିଯୋଗ ଚିଠି ଭାଇରାଲ ହେବାରେ ଲାଗିଛି। ଏହି ଚିଠିରେ ସାତ ବର୍ଷ ପୂର୍ବେ ହୋଇଥିବା ସମସ୍ତ ଘଟଣା ଉଲ୍ଲେଖ କରାଯାଇଛି। ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ମହାରାଷ୍ଟ୍ର ଡିଜିପିଙ୍କଠାରୁ ସୂଚନା ଲୋଡିଛନ୍ତି। ଏହି ବିଷୟ ସୋସିଆଲ ମିଡିଆରେ ମଧ୍ୟ ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ‘ଜଷ୍ଟିସ ଫର ଆୟେଶା’ ମାଧ୍ୟମରେ ଏହି ଅଭିଯାନ ଚାଲିଛି। ଲୋକମାନେ ଆୟଶାଙ୍କୁ ସୁରକ୍ଷା ଦେବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କରିଛନ୍ତି।

Share