Categories: ଖେଳ

ଆଜି ଖେଳାଯିବ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି, କିଭଳି ଦେଖିବେ…

ନୂଆଦିଲ୍ଲୀ,୨୬।୨: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଶନିବାର ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ୍‌। ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଶ୍ରୀଲଙ୍କାକୁ ୬୨ ରନ୍‌ରେ ପରାସ୍ତ କରିଥିଲା। ଏଣୁ ଦ୍ୱିତୀୟ ମ୍ୟାଚ୍‌କୁ ଜିତି ସିରିଜ ନିଜ ନାମରେ କରିବାକୁ ଚାହିଁବ ଭାରତ। ସେହିଭଳି ଶ୍ରୀଲଙ୍କା ମଧ୍ୟ ଏହି ମ୍ୟାଚ୍‌ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବା ଉପରେ ଗୁରୁତ୍ୱ ଦେବ। ତେବେ ଆସନ୍ତୁ ଜାଣିବା ଆପଣ ଏହି ମ୍ୟାଚ୍‌କୁ କେବେ, କେଉଁଠି ଦେଖିପାରିବେ:

-ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍‌ ୨୬ ଫେବୃୟାରୀ ଅର୍ଥାତ ଶନିବାର ଖେଳାଯିବ। ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ।

-ମ୍ୟାଚ୍‌ର ଲାଇଭ୍‌ ପ୍ରସାରଣ ଆପଣ ଷ୍ଟାର ସ୍ପୋଟ୍ସ ୧, ଷ୍ଟାର ସ୍ପୋଟ୍ସ ୧ ଏଚ୍‌ଡି, ଷ୍ଟାର ସ୍ପୋଟ୍ସ ୨, ଷ୍ଟାର ସ୍ପୋଟ୍ସ ୨ ଏଚ୍‌ଡି ଏବଂ ଷ୍ଟାର ସ୍ପୋଟ୍ସ ୩ରେ ଦେଖିପାରିବେ।

-ଏହାଛଡ଼ା ମ୍ୟାଚ୍‌ର ଲାଇଭ୍‌ ଷ୍ଟ୍ରିମିଂ ଡିଜ୍‌ନୀ ପ୍ଲସ ହଟ୍‌ଷ୍ଟାରରେ ଦେଖିବାକୁ ମିଳିବ। ଏହାଛଡ଼ା ଗୁଗଲରୁ ମଧ୍ୟ ଆପଣ ମ୍ୟାଚ୍‌ ସମ୍ବନ୍ଧୀୟ ସୂଚନା ପାଇପାରିବେ।

Share