Categories: ଜାତୀୟ

ଘଣ୍ଟାଏ ଭିତରେ ଏନଡିଏ ୩୦୦ ପାର୍‌

ନୂଆଦିଲ୍ଲୀ,୪।୬: ସାରା ଦେଶରେ ଲୋକ ସଭା ନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଭାଜପା ଆଲାଏନ୍ସ ଏନଡିଏ ଅଧିକାଂଶ ରାଜ୍ୟରେ ବହୁ ଆଗରେ ରହିଛି। ଇଣ୍ଡିଆ ମେଣ୍ଟ ବି ଏନଡିଏକୁ କଡା ଟକ୍କର ଦେଉଛି। ତେବେ ଗଣତି ଆରମ୍ଭ ହେବାର ଏକ ଘଣ୍ଟା ମଧ୍ୟରେ ଏନଡିଏ ୩୦୦ ପାର କରି ସାରିଛି।

ମଙ୍ଗଳବାର ଲୋକ ସଭା ନିର୍ବାଚନର ଫଳାଫଳ ଆସୁଛି। ଧାରା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏନଡିଏ ସଂଖ୍ୟାଗରିଷ୍ଠତା ଛୁଇଁଛି। ସକାଳ ୯ଟାରେ ଏନଡିଏ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛ। ଟ୍ରେଣ୍ଡ ଅନୁଯାୟୀ, ଏନଡିଏ ୩୦୨ ଟି ସିଟ ପାଇଛି। ୧୭୪ ଟି ଆସନରେ ଇଣ୍ଡିଆ ଆଲାଇନ୍ସ ଆଗୁଆ ରହିଛି। କଂଗ୍ରେସ ୬୨ ଆସନରେ େଆଗରେ ଚାଲୁଥିବା ଜଣାପଡିଛି।
ସୂଚନାଯୋଗ୍ୟ, କଡା ସୁରକ୍ଷା ସହିତ ସମସ୍ତ ଗଣନା କେନ୍ଦ୍ରରେ ସିସିଟିଭି କ୍ୟାମେରା ମଧ୍ୟ ବ୍ୟବସ୍ଥା କରାଯାଇଛି। ଭୋଟ ଗଣିବା ସମୟରେ ଇଭିଏମ ଏବଂ ଭିଭିପିଏଟ ଉପରେ ନଜର ରଖାଯାଉଛି। ଏଥର ଲୋକ ସଭା ନିର୍ବାଚନରେ ୬୪କୋଟିରୁ ଅଧିକ ଭୋଟର ମତ ଦେଇଛନ୍ତି। ଏହାକୁ ଏକ ବଡ ସଫଳତା ବୋଲି କହି ନିର୍ବାଚନ କମିଶନ କହିଛନ୍ତି ଯେ ଆମେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛୁ। ଏହି ୬୪କୋଟି ଭୋଟରଙ୍କ ମଧ୍ୟରୁ ୩୧ କୋଟି ମହିଳା ଭୋଟର ଅଟନ୍ତି।

Share