Categories: ଜାତୀୟ

ଏନ୍‌ଡିଏ ସରକାର ଗଢିପାରେ ହେଲେ ପ୍ରକୃତ ବିଜୟୀ ହେଉଛନ୍ତି ତେଜସ୍ୱୀ: ଶିବସେନା

ମୁମ୍ବାଇ,୧୨ ।୧୧: ବିହାର ବିଧାନସଭା ନିର୍ବାଚନରେ ଏକ ଷ୍ଟାଟିିସକାଲ ଗେମ୍‌ରେ ନ୍ୟାଶନାଲ ଡେମେକ୍ରାଟିକ ଆଲାଏନ୍ସ(ଏନ୍‌ଡିଏ) ବିଜୟ ଲାଭ କରିଛି ସତ । ହେଲେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ତେଜସ୍ୱୀ ଯାଦବ ପ୍ରମାଣ କରି ଦେଇଛନ୍ତି ରାଜ୍ୟରେ ତାଙ୍କ ଦଳ ହିଁ ଏକେଲା ସବୁଠାରୁ ବଡ ଦଳ । ତେଣୁ ଏଥିରେ ତେଜସ୍ୱୀ ପ୍ରକୃତ ବିଜୟୀ ବୋଲି କହିଛି ଶିବସେନା । ଶିସେନାର ମୁଖପତ୍ର ସାମନାରେ ଏହା କୁହାଯାଇଛି । ବିହାର ବିଧାନସଭାର ମୋଟ ଆସନ ସଂଖ୍ୟା ୨୪୩ ହୋଇଥିବା ବେଳେ ଏହାର ମ୍ୟାଜିକ୍ ନମ୍ବର ହେଉଛି ୧୨୨ । ହେଲେ ନୀତିଶଙ୍କୁ ମିଳିଛି ୧୨୫ । ତେଣୁ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ କେତେଦୂର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତୀଶ କୁମାର ବିଜୟ ଲାଭ କରିଛନ୍ତି । ସୂଚନାଯୋଗ୍ୟ, ୩୧ ବର୍ଷୀୟ ନେତା ତେଜସ୍ୱୀ ଯାଦବ ଏକେଲା ଲଢଇ ଶହେରୁ ଊର୍ଦ୍ଧ୍ୱ ଆସନରେ ବିଜୟ ଲାଭ କରିବା କିଛି କମ୍ କଥା ନୁହେଁ ।

Share