Categories: ଜାତୀୟ

ଆଗରେ ଦୌଡୁଛି ଏନଡିଏ

ନୂଆଦିଲ୍ଲୀ,୪।୬: ଭୋଟ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଶତକ ଛୁଇଁଛି । ବର୍ତ୍ତମାନ ସୁଦ୍ଧା ୨୭୪ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୭୬ ଆସନରେ ଏନଡିଏ ଆଗରେ ରହିଛି । ସେହିପରି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୨୦୬ ଆସନରେ ଆଗରେ ରହିଛି।

ସେପଟେ ଓଡିଶା ବିଧାନସଭାରେ ଗୋଟିଏ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଯେଉଁଥିରେ ବିଜେଡି ଆଗୁଆ ରହିଛି । ସେହିପରି ପୋଷ୍ଟାଲ ବାଲାଟ ଗଣତିରେ ପୁରୀରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ରହିଛନ୍ତି ।

Share