Categories: ଜାତୀୟ

ମୋଦିଙ୍କୁ ଭେଟିବେ ଏନଡିଏ ନେତାଙ୍କ ୧୦ ଭିନ୍ନ ଭିନ୍ନ ଗ୍ରୁପ, ୨୦୨୪ ନିର୍ବାଚନକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ,୨୦।୭: ବିରୋଧୀ ଦଳ ନେତାଙ୍କ ବୈଠକର ଠିକ ପରେ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱର ଏନଡିଏ ବୈଠକରେ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ସମସ୍ତ ଦଳ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି। ଏବେ କୁହାଯାଉଛି କି ଏନଡିଏ ଏମପିଙ୍କର ୧୦ ଭିନ୍ନ ଭିନ୍ନ ଗ୍ରୁପ ହୋଇଛି। ପ୍ରତିଟି ଗ୍ରୁପ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ। ଏଥିରେ ସମସ୍ତ ଏମପି ନିଜ ନିଜ ନିର୍ବାଚନ ମଣ୍ଡଳିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିବେ। ଏହାସହ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସହଜ ହେବ।

କୁହାଯାଇଛି ଯେ ଏହି ବୈଠକ ୨୫ ଜୁଲାଇରୁ ଆରମ୍ଭ ହେବ। ଯେଉଁଥିରେ ପ୍ରତିଦିନ ଭିନ୍ନ ଭିନ୍ନ ଅଞ୍ଚଳର ଏକ ବୈଠକ ହେବ। ପ୍ରଥମ ଦିନରେ ଉତ୍ତର ପ୍ରଦେଶ ଏବଂ ଉତ୍ତର ପୂର୍ବର ଏମପିମାନେ ଏଥିରେ ଭାଗ ନେବେ। ସୂଚନା ଅନୁଯାୟୀ, ପ୍ରତ୍ୟେକ ଗ୍ରୁପରେ ୩୫ରୁ ୪୦ ଏମପି ରହିବେ। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଏହା ଏନଡିଏର ରଣନୀତିର ଏକ ଅଂଶ ବୋଲି କୁହାଯାଉଛି। ଏହା ୨୫ ଜୁଲାଇରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Share