Categories: ଜାତୀୟ

ଏନଡିଏରେ ସହଯୋଗୀ ପାର୍ଟିଙ୍କ ସହ ମତଭେଦ ଅଛି…ବଡ଼ ଗୁମର ଖୋଲିଦେଲେ ଜେଡିୟୁରୁ ବରିଷ୍ଠ ନେତା

ନୂଆଦିଲ୍ଲୀ,୬।୯: ବରିଷ୍ଠ ନେତା କେସି ତ୍ୟାଗୀଙ୍କ ସ୍ଥାନରେ ଜେଡିୟୁର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ପହଞ୍ଚିଥିବା ରାଜୀବ ରଂଜନ ପ୍ରସାଦ ଏନଡିଏର ଭିତିରି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଯଦିଓ ଏନଡିଏରେ ମତଭେଦକୁ ନେଇ ଅନେକ କଳ୍ପନାଜଳ୍ପନା କରୁଛନ୍ତି, କିନ୍ତୁ ‘ବିକଶିତ ଭାରତ ବିକଶିତ ବିହାର’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଅତ୍ୟନ୍ତ ବିଶ୍ୱସନୀୟ ଏବଂ ଦୃଢ ମେଣ୍ଟ ରହିଛି। ସେ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଏନଡିଏର ଗଠନକାରୀ ଦଳ ମଧ୍ୟରେ ‘ଛୋଟ ଛୋଟ ମତଭେଦ’ ସ୍ବାଭାବିକ କିନ୍ତୁ ଏଗୁଡିକ ବିବାଦର କାରଣ ହେବ ନାହିଁ ଏବଂ ଏହାକୁ ଏକାଠି ବସି ସମାଧାନ କରିହେବ।

ସେ କହିଛନ୍ତି, ଆମର ସହଯୋଗୀ ଦେଶ ତଥା ବିହାରର ସ୍ବାର୍ଥରେ। ବିକଶିତ ବିହାରର ଆଶା କେବଳ ନୀତୀଶ କୁମାରଙ୍କ ନେତୃତ୍ୱରେ ସମ୍ଭବ। ଏହି ଆଶା ଏହି ସମୟର ବଜେଟରେ ଥିବା ବ୍ୟବସ୍ଥା ଦ୍ୱାରା ମଜବୁତ ହୋଇଛି । ବିହାର ପ୍ରସଙ୍ଗରେ ଜନ ସୁରଜ ଅଭିଆନ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଦିଆଯାଇଥିବା ଦାବିକୁ ଜେଡିୟୁ ପିଲାଳିଆମି ବୋଲି କହିଛି। ବର୍ତ୍ତମାନ ରାଜ୍ୟ ରାଜନୀତିରେ ତାଙ୍କର ଭବିଷ୍ୟତ ନାହିଁ ବୋଲି ରାଜୀବ କହିଛନ୍ତି।

ତେବେ ନୀତୀଶ ଏବଂ ତେଜସ୍ବୀଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ କରି ପ୍ରସାଦ କହିଛନ୍ତି, ସୂଚନା କମିଶନରଙ୍କ ନିଯୁକ୍ତିକୁ ନେଇ ଦୁଇ ନେତା ସାକ୍ଷାତ କରିଛନ୍ତି ଏବଂ ଏହା ଉପରେ କୌଣସି ପ୍ରଶ୍ନ ଉଠାଇବାରେ ଯଥାର୍ଥତା ନାହିଁ। ଆଗାମୀ ଝାଡଖଣ୍ଡ ବିଧାନସଭାରେ ଭାଜପା ଓ ଜେଡିୟୁ ଏକାଠି ଲଢିବେ ଏବଂ ଏ ବାବଦରେ ଏକ ଚୁକ୍ତିନାମା ହୋଇଛି।

Share