Categories: ଜାତୀୟ

ଚିରାଗ ପାଶଓ୍ବାନ, ଚନ୍ଦ୍ରବାବୁ ନାଇଡୁ , ସୁଖବୀର ବାଦଲଙ୍କ ଦଳ ଏନଡିଏରେ ହେବେ ସାମିଲ? ୧୮ରେ ବୈଠକ କରିବ ଭାଜପା

ନୂଆଦିଲ୍ଲୀ,୬।୭: ଦେଶରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତ ମୁଖ୍ୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଦଳ ମଧ୍ୟ ଭାଜପା ବିରୋଧରେ ଏକାଠି ନିର୍ବାଚନରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏକ ବିଶାଳ ମେଣ୍ଟ ଗଠନ କରିବାକୁ ପ୍ରୟାସ କରୁଛନ୍ତି। ଭାଜପାରେ ମଧ୍ୟ ନିର୍ବାଚନ ରଣନୀତିକୁ ନେଇ ବୈଠକ ଚାଲିଛି। ଏହି ସମୟରେ, ୧୮ ଜୁଲାଇରେ ବର୍ତ୍ତମାନ ଏନଡିଏର ଏକ ବଡ ବୈଠକ ଡକାଯାଇଛି। ସୂଚନାନୁସାରେ, ଏହି ବୈଠକ ଦିଲ୍ଲୀର ଅଶୋକା ହୋଟେଲରେ ଅନୁଷ୍ଠିତ ହେବ।

ଏହି ବୈଠରେ ଦୀର୍ଘ ଦିନ ଧରି ଏନଡିଏଠାରୁ ଅଲଗା ଚାଲିଆସୁଥିବା ଅକାଳୀ ଦଳ ପକ୍ଷରୁ ଚିରାଗ ପାସୱାନ, ସୁଖବୀର ବାଦଲ ଏଥିରେ ସାମିଲ ହେବେ। ଏହି ବୈଠକ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ମଧ୍ୟ ଯୋଗ ଦେଇପାରେ। ଏହି ବୈଠକରେ ଯୋଗଦେବାକୁ ସୁଖବୀର ବାଦଲ ଏବଂ ଚିରାଗ ପାସୱାନ ସମ୍ମତି ଦେଇଛନ୍ତି। କିଛି ନୂତନ ଦଳ ମଧ୍ୟ ଏନଡିଏ ବୈଠକରେ ଯୋଗ ଦେଇପାରନ୍ତି।

Share