ନୂଆଦିଲ୍ଲୀ,୪।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୫୪୩ଟି ମଧ୍ୟରୁ ୫୨୯ଟି ସିଟ ପାଇଁ ଟ୍ରେଣ୍ଡ ପ୍ରକାଶ ପାଇଛି। ଏଥିମଧ୍ୟରୁ ଭାଜପା ୨୨୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୯୮ଟି ଆସନରେ ଆଗୁଆ ରହିଛି। ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଭାଜପା ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଜଣାପଡିଛି।
ମିଳିତ ମେଣ୍ଟକୁ ମିଳିଥିବା ଆସନ ବିଷୟରେ ଆଲୋଚନା କରିବା, ତେବେ ଏନଡିଏ ସହଯୋଗୀ ଦଳ ୨୮୭ଟି ଆସନରେ ଆଗୁଆ ଥିବାବେଳେ ଇଣ୍ଡିଆ ସହଯୋଗୀ ଦଳ ୧୫୮ଟି ଆସନରେ ଆଗୁଆ ରହିଛି। ଉତ୍ତରପ୍ରଦେଶରେ ଇଣ୍ଡିଆ ମିଳିତ ମେଣ୍ଟ ସର୍ବାଧିକ ଲାଭ ପାଉଥିବା ଜଣାପଡିଛି। ଏଠାରେ ଦଳ ପ୍ରାୟ ୪୦ଟି ଆସନରେ ଆଗକୁ ବଢୁଥିବା ଜଣାପଡିଛି।