Categories: ଜାତୀୟ

ଆସନ୍ତା ବର୍ଷ ମହିଳାଙ୍କ ପାଇଁ ଖୋଲିବ ଏନ୍‌ଡିଏର ଦ୍ୱାର

ନୂଆଦିଲ୍ଲୀ,୨୧ ।୯: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଆସନ୍ତା ବର୍ଷ ୨୦୨୨ ମେ’ରେ ଜାତୀୟ ପ୍ରତିରକ୍ଷା ଏକାଡେମୀ(ଏନ୍‌ଡିଏ)ରେ ଅନ୍ତର୍ଭୁକ୍ତ କରିବାକୁ ବିଜ୍ଞପ୍ତି ଜାରି କରାଯିବ । ଏହା ପୂର୍ବରୁ ତିନି ସେନାର ବିଶେଷଜ୍ଞମାନେ ମହିଳା କ୍ୟାଡେଟ ଚୟନ ପାଇଁ ମାନଦଣ୍ଡ ପ୍ରସ୍ତୁତ କରିବାରେ ନିୟାଜିତ ଅଛନ୍ତି । ମନୋନୀତ ମହିଳା କ୍ୟାଡେଟଙ୍କର ପ୍ରଶିକ୍ଷଣ ପାରାମିଟର ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଉଛି । ଏକା ସାଙ୍ଗରେ ଏକାଡେମୀରେ ମହିଳା କ୍ୟାଡେଟ ରହିବା ପାଇଁ ଭିତ୍ତିଭୂମି ଓ ସହାୟତା କର୍ମଚାରୀଙ୍କ ଆବଶ୍ୟକତାକୁ ମଧ୍ୟ ମୂଲ୍ୟାୟନ କରାଯାଉଛି । ବାଳିକାମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବା ପାଇଁ ସମାନ ସୁଯୋଗ ଦାବି କରି ଆଡଭୋକେଟ କୁଶ କାଲରା ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ କେବଳ ବାଳକମାନଙ୍କ ଆଡମିଶନ କରୁଛି । ହେଲେ ଯେଉଁ ବାଳିକାମାନେ ସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଚାହୁଁଛନ୍ତି ତାହା ସେମାନଙ୍କ ଅଧିକାରକୁ ଉଲ୍ଲଂଘନ କରୁଛି । ସେପ୍ଟେମ୍ବର ୮ରେ ହୋଇଥିବା ଶୁଣାଣିରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଥିଲେ କି ଏବେ ଏନ୍‌ଡିଏରେ ବାଳିକାମାନଙ୍କୁ ନେବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ସେ ସମ୍ପର୍କରେ ଆଫିଡେଭିଟ୍ ଦାଖଲ କରାଯାଇଛି । ଏହା ପୂର୍ବରୁ ଆବଶ୍ୟକ ମାନଦଣ୍ଡ ପ୍ର୍‌ତୁତ କରାଯାଉଛି ।

Share