Categories: ଜାତୀୟ

ନା ଆମେ ହାରିଥିଲୁ, ନା ହାରିବୁ: ମୋଦି

ନୂଆଦିଲ୍ଲୀ,୭।୬: ଶୁକ୍ରବାର ଏନ୍‌ଡିଏ ଦଳର ନେତା ଚୟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ ଉଦ୍‌ବୋଧନ ଦେଇ ଚଳିତ ଲୋକ ସଭା ନିର୍ବାଚନରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସର(ଏନ୍‌ଡିଏ)ର ମହାବିଜୟ ହୋଇଥିବା କହିଛନ୍ତି।

ମୋଦି କହିଛନ୍ତି, ନା ଆମେ ହାରିଥିଲୁ, ନା ହାରିବୁ। ଏନ୍‌ଡିଏ ଥିଲା, ଅଛି ଆଉ ରହିବ। ଭାଜପା ଓ ଏନ୍‌ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ ହେବା ପରେ ନିଜ ଅଭିଭାଷଣରେ ଏମିତ ବଡ଼ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି କହିଛନ୍ତି ଯେ, ଏନ୍‌ଡିଏକୁ ତୃତୀୟ ଥର ପାଇଁ ଜନସାଧାରଣ ଦେଶର ସେବା କରିବାର ସୁଯୋଗ ଦେଇଛନ୍ତି। ଏନେଇ ସେ ଦେଶବାସୀଙ୍କୁଧନ୍ୟବାଦ ଜ୍ଞାପନ କରିଥିଲେ। ସେ ଦେଶବାସୀଙ୍କ ନିଶ୍ଚିତ କରିଥିଲେ ଯେ, ୧୦ ବର୍ଷ ହେଲା ଦେଶ ଯେଉଁ ଗତିରେଚାଲିଛି ୧୮ତମ ଲୋକସଭାରେ, ସମାନ ଗତିରେ ଏବଂ ସମାନ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବୁ ବୋଲି ମୋଦି କହିଥିଲେ।

Share