ଓଡ଼ିଶାରେ ଲାଗିଛି ଆନ୍ଧ୍ରର ଫଳକ

ଗୁଣପୁର,୧୦।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଆନ୍ଧ୍ର ସୀମାନ୍ତ ମାରମା ପଞ୍ଚାୟତ କାମନାଗୁଡା ଏବଂ ତୋଟାଗୁଡା ଅଞ୍ଚଳରେ ଆନ୍ଧ୍ରର ଏକ ବେସରକାରୀ ସଂସ୍ଥାର ଫଳକ ଲାଗିଛି। ଆନ୍ଧ୍ରର କେତେଜଣ ଲୋକ ଆସି ଏପରି କରିଥିବା ଜଣାପଡ଼ିଛି। ଏହି ଫଳକଗୁଡିକ ଅନେକ ଦିନ ହେବ ଲାଗିଥିବାବେଳେ ଏଥିପ୍ରତି କାହାର ଦୃଷ୍ଟି ନ ପଡ଼ିବା ବିଡ଼ମ୍ବନାର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି। ଏଥି ପୂର୍ବରୁ ଆନ୍ଧ୍ର ପକ୍ଷରୁ ମାରମା ପଞ୍ଚାୟତ କତାଗୁଡ଼ା ଇରିଡିଘାଟି ଦେଇ ରାସ୍ତା ନିର୍ମାଣ କରାଯାଇଥିଲା। ଏହାକୁ ନେଇ ତୁମ୍ବିତୋଫାନ ହେବା ପରେ ରାସ୍ତା କାର୍ଯ୍ୟ ବନ୍ଦ ହୋଇଥିଲା। ବର୍ତ୍ତମାନ ପୁଣି ଉକ୍ତ ପଞ୍ଚାୟତ ଅଞ୍ଚଳରେ ଆନ୍ଧ୍ରର ବିଭିନ୍ନ ଯୋଜନାର ଫଳକ ଲାଗିବା ଆଉ ଏକ ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶା ଭିତରେ ପ୍ରବେଶକରି ବାରମ୍ବାର ବିଭ୍ରାଟ କରାଯାଉଥିବାବେଳେ ପ୍ରଶାସନର ଏଥିପ୍ରତି କିପରି ନଜର ପଡ଼ୁନାହିଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଫଳକ ଲଗାଯିବା ସମ୍ପର୍କରେ ଗୁଣପୁର ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ନାହିଁ। ଏହି ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ପରେ କିଏ? ଉତ୍ତରରେ ନବୀନ କହିଲେ ମୋ’ ପରେ…

ଭୁବନେଶ୍ୱର,୨୬ା୧୨: ଗୁରୁବାର ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହିତ...

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା...

ନବୀନଙ୍କୁ କଡ଼ା ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର, କହିଲେ ୨୪ ବର୍ଷରେ ଯିଏ ପାଣି ଯୋଗାଇ ପାରିଲେନି ସେ ପୁଣି…

ଭୁବନେଶ୍ୱର,୨୬ା୧୨: ଗୁରୁବାର ବିଜେଡିର ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପା ଉପରେ ବର୍ଷିଥିବାବେଳେ ନବୀନଙ୍କୁ ମଧ୍ୟ କଡ଼ା ଟାର୍ଗେଟ୍‌ କରି ଭାଜପା ସମାଲୋଚନା...

କେନ୍ଦ୍ର ଫୋକସ୍‌ରେ ଓଡ଼ିଶା, ଶାହା ଆସିବେ ହେଲେ ସମ୍ବଲପୁର ଯିବେନି…

ଭୁବନେଶ୍ୱର,୨୬।୧୨: ଚଳିତ ମାସ ୨୮ ତାରିଖରେ ଭୁବନେଶ୍ବର ଆସିବେ ଅମିତ ଶାହା। ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି।...

ବିଜେଡିର ପ୍ରତିଷ୍ଠା ଦିବସରେ ଏକାଠୀ ହେଲେ ନେତା କର୍ମୀ

ଛତ୍ରପୁର,୬।୧୨ (ଦିଲ୍ଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ...

ଆଜି ଓଡ଼ିଶା ଛାଡିବେ ରଘୁବର, ଅଛି ବଡ଼ ପ୍ଲାନ!

ଭୁବନେଶ୍ୱର,୨୬।୧୨: ଓଡ଼ିଶା ଛାଡିବେ ବିଦାୟୀ ରାଜ୍ୟପାଳ ରଘୁବର ଦାସ। ଆଜି ସେ ଓଡ଼ିଶାରୁ ବିଦାୟ ନେବେ। ଏନେଇ ଅତିଥି ଭବନରେ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଛି।...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର

ବଲାଙ୍ଗୀର,୨୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଜଣେ ଚାଷୀଙ୍କ ଧାନଗଦା ଜଳିପୋଡି ଛାରଖାର୍‌ ହୋଇଯାଇଛି। ବୁଧବାର ରାତିରେ କେହି ଦୁର୍ବୃତ୍ତ...

ହସିହସି ଏମିତି କହିଦେଲେ ନବୀନ, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ….

ଭୁବନେଶ୍ୱର, ୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅବିଭାଷଣ ରଖିଛନ୍ତି। ନବୀନ କହିଛନ୍ତି, ଆଜିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri