Categories: ଖେଳ

ଦିନିକିଆରେ ଶେଷ ଥର ପାଇଁ କେବେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ…

ନୂଆଦିଲ୍ଲୀ,୨।୯: ଏସିଆ କପ୍‌ ୨୦୨୩ରେ ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଉଭୟ ଟିମ୍‌ ଏହି ଫର୍ମାଟରେ ମୁହାଁମୁହିଁ ହେବେ। ଏହା ପୂର୍ବରୁ ଉଭୟ ଟିମ୍‌ ୨୦୧୯ ଜୁନ୍‌ ୧୬ରେ ଇଂଲଣ୍ଡର ମାଞ୍ଚେଷ୍ଟରରେ ବଡ଼ ମୁକାବିଲା ଖେଳିଥିଲେ। ଏହି ମ୍ୟାଚ୍‌ ୨୦୧୯ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ଷ୍ଟେଜ୍‌ ପର୍ଯ୍ୟାୟ ଥିଲା। ଏହି ମୁକାବିଲାରେ ଭାରତ ୮୯ ରନ୍‌ରେ ବିଜୟ ହାସଲ କରିଥିଲା।

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୩୩୬/୫ ରନ୍‌ କରିଥିଲା। ହିଟ୍‌ମ୍ୟାନ୍‌ ରୋହିତ ଭାରତ ପକ୍ଷରୁ ସର୍ବାଧିକ ୧୪୦ ରନ୍‌ କରିଥିଲେ। ସେହିଭଳି ମ୍ୟାଚ୍‌ରେ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ୭୭ ରନ୍‌ ବାହାରିଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର ସବୁଠାରୁ ସଫଳ ବୋଲର୍‌ ପାଲଟିଥିଲେ। ସେ ୩ ଉଇକେଟ ନେଇଥିଲେ। ଜବାବରେ ପାକିସ୍ତାନ ୬ ଉଇକେଟ ହରାଇ ୨୧୨ ରନ୍‌ କରିବାରେ ସଫଳ ହୋଇଥିଲା। ମ୍ୟାଚ୍‌ ପରେ ରୋହିତ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

Share