Categories: ଜାତୀୟ

ପାଲେଷ୍ଟାଇନ୍‌ ଦୂତାବାସ ପରିଦର୍ଶନ କଲେ ୫ ବିପକ୍ଷ ନେତା

ନୂଆଦିଲ୍ଲୀ,୧୬।୧୦: ଗତ ଦଶ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ-ଲେନିନବାଦୀ) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ସମାଜବାଦୀ ଏମ୍‌ପି ଜାଭେଦ ଅଲି ଖାନ, ଜେଡିୟୁ ନେତା କେ.ସି ତ୍ୟାଗୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଣିଶଙ୍କର ଆୟାର ଏବଂ ବିଏସପି ଏମ୍‌ପି ଦାନିଶ ଅଲି ପାଲେଷ୍ଟାଇନ ସହ ଏକତା ଦେଖାଇବା ପାଇଁ ନୂଆଦିଲ୍ଲୀରେ ଥିବା ଦୂତାବାସ ପରିଦର୍ଶନ କରିଥିଲେ। ଦୀପଙ୍କର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଆମେ ଏକତା ଏବଂ ଚିନ୍ତା ପ୍ରକଟ କରିବାକୁ ଏଠାକୁ ଆସିଛୁ। ଆମେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛୁ।
ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିଲା। ଏହା ପରଠାରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି।

Share