Categories: ଜାତୀୟ

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ,୧୦ା୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପାଇଁ ଭାରତ ସହଯୋଗର ହାତ ବଢ଼ାଇଛି। ପଡ଼ୋଶୀ ରାଷ୍ଟ୍ରକୁ ୪୪ ହଜାର ଟନ୍‌ ୟୁରିଆ ସାର ଯୋଗାଇ ଦିଆଯାଇଛି। ରବିବାର କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ସୂଚନା ଦେଇଛନ୍ତି। ମାଣ୍ଡବ୍ୟ ଟୁଇଟ୍‌ କରି କହିଛନ୍ତି, ଭାରତ ପକ୍ଷରୁ ଯୋଗାଇ ଦିଆଯାଇଥିବା ୪୪ ହଜାର ଟନ୍‌ ସାର କଲମ୍ବୋରେ ପହଞ୍ଚିବା ପରେ ସେଠାକାର ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ଉଲ୍ଲେଖ କରିଛନ୍ତି। ସୂଚନା ଯୋଗ୍ୟ, ଶ୍ରୀଲଙ୍କା ଆର୍ଥିକ ପରିସ୍ଥିତି ସାଙ୍ଗକୁ ପେଟ୍ରୋଲ, ଚାଷ ପାଇଁ ସାର, କୀଟନାଶକ ଆଦିର ଉତ୍କଟ ଅଭାବର ସମ୍ମୁଖୀନ ହୋଇଛି।

Share