Posted inଜାତୀୟ

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବ

ନୂଆଦିଲ୍ଲୀ,୨୫ା୯(ପି.ଟି.): ଆଗାମୀ ଶହ ଶହ ବର୍ଷ ପାଇଁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି। ଭାରତରେ ଏହାର ପରିକଳ୍ପନା କରାଯାଇଥିଲା ବୋଲି ଇତିହାସ ମନେରଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ଭାରତ ଯେତେବେଳେ ସମୃଦ୍ଧ ତଥା ବାଣିଜ୍ୟ ମହାଶକ୍ତି ଥିଲା, ସେତେବେଳେ ପ୍ରାଚୀନ ବାଣିଜ୍ୟ କରିଡର ‘ସିଲ୍କ ରୁଟ୍‌’କୁ ବ୍ୟବହାର କରୁଥିଲା।

ନିିକଟରେ ଅନୁଷ୍ଠିତ ଜି୨୦ ସମିଟ୍‌ରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ପାଇଁ ନୂଆଦିଲ୍ଲୀ ପ୍ରସ୍ତାବ ଦେଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତର ଚନ୍ଦ୍ରୟାନ-୩ ମିଶନ୍‌ର ସଫଳତା ପରେ ଜି୨୦ ସମ୍ମିଳନୀର ସଫଳତାପୂର୍ଣ୍ଣ ଆୟୋଜନ ଦେଶବାସୀଙ୍କ ଖୁସିକୁ ଦ୍ୱିଗୁଣିତ କରିଛି। ଏଥିପାଇଁ ସାରା ବିଶ୍ୱରୁ ପ୍ରଶଂସାର ବାର୍ତ୍ତା ତାଙ୍କ ନିକଟକୁ ଆସିଥିବା ମୋଦି କହିଛନ୍ତି। ଆଫ୍ରିକୀୟ ୟୁନିୟନକୁ ଜି୨୦ର ସଦସ୍ୟ କରାଇବାରେ ସଫଳ ହୋଇଥିବା ଭାରତର ନେତୃତ୍ୱକୁ ବିଶ୍ୱ ସ୍ବୀକୃତି ଦେଇଛି। ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ୨ରେ ବିଭିନ୍ନ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯିବା ଲାଗି ଯୋଜନା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।

ଜନସାଧାରଣ ଏଥିରେ ବହୁସଂଖ୍ୟାରେ ସାମିଲ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି। ଏଥିସହ କେତେକ ଖଦି ବସ୍ତ୍ର କିଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପଡୁଥିବାବେଳେ ଏହି ସେକ୍ଟରରେ ବିପୁଳ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ପର୍ଯ୍ୟଟକ ଆକର୍ଷଣ କରିବାରେ ସଦ୍ଦିଚ୍ଛାର ବଡ଼ ଭୂମିକା ଥିବା ମୋଦି କହିଚନ୍ତି। ବିଶ୍ୱ ଐତିହ୍ୟ ସ୍ଥାନ ତାଲିକାରେ ରବୀନ୍ଦ୍ର ନାଥ ଟାଗୋରଙ୍କ ଶାନ୍ତିିନିକେତନ ସ୍ଥାନ ପାଇବା ଦେଶ ପାଇଁ ଗର୍ବର ବିଷୟ। ଚନ୍ଦ୍ରୟାନ-୩ର ସଫଳତାକୁ ୮୦ ଲକ୍ଷରୁ ଅଧିକ ଲୋକ ଇସ୍ରୋର ୟୁଟ୍ୟୁବ୍‌ ଲାଇଭ୍‌ ଚ୍ୟାନେଲରେ ଦେଖିଛନ୍ତି, ଯାହାକି ଏକ ରେକର୍ଡ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା...

୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍‌ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର...

କଙ୍ଗନାଙ୍କ ୟୁ-ଟର୍ନ: ଚାପ ବଢିବାରୁ ବଦଳାଇଲେ ମତ

ନୂଆଦିଲ୍ଲୀ,୨୫।୯: ବଲିଉଡ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ଭାଜପା ନିଜକୁ ଦୂରେଇ ରଖିଛି। ଭାଜପା ମୁଖପାତ୍ର ଗୌରବ...

ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ ଲକ୍ଷ ଭୋଟର

ଶ୍ରୀନଗର,୨୫ା୯ (ପି.ଟି.):ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯...

ସିଦ୍ଧି ବିନାୟକଙ୍କ ପ୍ରସାଦରେ ମୂଷା

ମୁମ୍ବାଇ, ୨୫ା୯:ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାକୁ ନେଇ ବିବାଦ ଥମି ନ ଥିବା...

୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲଙ୍କ ବଳାତ୍କାର ଉଦ୍ୟମ: ପ୍ରତିରୋଧ କରିବାରୁ…

ଅହମଦାବାଦ,୨୫ା୯:ଦେଶରେ ଗତ କିଛିଦିନ ହେଲା ମହିଳା ବିରୋଧୀ ଯୌନ ଅପରାଧ ବଢ଼ିବାରେ ଲାଗିଛି। ବଳାତ୍କାରର ପ୍ରତିରୋଧ କଲେ ପୀଡ଼ିତାଙ୍କୁ ବୀଭତ୍ସ ହତ୍ୟା କରାଯାଉଛି। ଗୁଜରାଟର ଦାହୋଡ଼...

ବିବାଦ ମଧ୍ୟରେ ୪ ଦିନରେ ବିକ୍ରି ହୋଇଛି ୧୪ ଲକ୍ଷ ତିରୁପତି ଲଡ଼ୁ

ହାଇଦ୍ରାବାଦ, ୨୪।୯: ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାନେଇ ରିପୋର୍ଟ ଆସିବା ପରେ ଏହାକୁ ନେଇ ଦେଶବ୍ୟାପୀ ବିବାଦ...

ହନୁମାନ ରୂପରେ ଆସି କୁନି ଝିଅକୁ ବଳାତ୍କାରରୁ କଲେ ରକ୍ଷା

ଲକ୍ଷ୍ନୌ,୨୪ା୯: ଉତ୍ତରପ୍ରଦେଶର ବାଗପତ୍‌ ଜିଲାରେ ୬ ବର୍ଷର ଝିଅଙ୍କୁ ଜଣେ ଯୁବକ ବଳାତ୍କାର ଉଦ୍ୟମ କରୁଥିବାବେଳେ ମାଙ୍କଡ଼ ପଲ ଯୋଗୁ ନାବାଳିକା ଜଣକ ବର୍ତ୍ତିଯାଇଛନ୍ତି। ଗତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri