ଡରାଇ ଚାଲିଛି କରୋନା: ୨୪ ଘଣ୍ଟାରେ ୨୪ହଜାର ଅତିକ୍ରମ କରି ପୁଣି କଲା ରେକର୍ଡ

ନୂଆଦିଲ୍ଲୀ,୫।୭: ସମସ୍ତଙ୍କ ଚିନ୍ତା ବଢାଇ ଚାଲଛି କରୋନା ସଂକ୍ରମଣ। ଦେଶରେ ସଂକ୍ରମଣର ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୨୪,୮୫୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ରହିଛି ୬୧୩। ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୭୩,୧୬୫ରେ ପହଞ୍ଚିଥିବା ବେଳେ ଏବେ ୨,୪୪,୮୧୪ ଜଣଙ୍କର ଚିକିତ୍ସା ଚାଲିଛି ଓ ୪,୦୯,୦୮୩ ଜଣ ସୁସ୍ଥ ହୋଇ ସାରିଲେଣି। ତେବେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏବେ ସୁଦ୍ଧା ଦେଶରେ ୧୯,୨୬୮ ଜଣଙ୍କର କରୋନା ମହାମାରୀରେ ଜୀବନ ଗଲାଣି। ଦିନକୁ ଦିନ ଦେଶରେ କରୋନା ପରୀକ୍ଷା ବୃଦ୍ଧି ପାଇଥିବା ବେଳେ ଏପଟେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ନ କମୁ ଥିବାରୁ ଏହା ସରକାର ଓ ସାଧାରଣ ଜନତା ଉଭୟଙ୍କୁ ଚିନ୍ତାରେ ପକାଇ ଦେଲାଣି।

Share