Categories: ଜାତୀୟ

ତାଲିବାନ ସଙ୍କଟକୁ ନେଇ ମନ୍ଥନ: ଆଫଗାନ ସମସ୍ୟାକୁ ନେଇ ଦିଲ୍ଲୀରେ ହେବ ଏନ୍‌ଏସ୍‌ଏର ବୈଠକ

ନୂଆଦିଲ୍ଲୀ,୧୭ ।୧୦: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଆମେରିକା, ରୁଷିଆ, ଚାଇନା ଭଳି ବଡ ବଡ ଦେଶ ଏହାକୁ ନେଇ ଲାଗାତାର ବୈଠକ କରି ଆସୁଛନ୍ତି । ଏହି କ୍ରମରେ ଭାରତ ବି ଦିଲ୍ଲୀରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ)ର ଏକ ବୈଠକ କରିବାକୁ ଯାଉଛି । ଏହି ବୈଠକରେ ଯୋଗଦେବାକୁ ପାକିସ୍ତାନ ଓ ରୁଷିଆକୁ ବି ନିମନ୍ତ୍ରଣ କରାଯାଇଛି । ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ବିଶେଷ ସୂତ୍ରବି କହିଛି ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁଶୁଫଙ୍କୁ ଗତ ସପ୍ତାହରେ ନିମନ୍ତ୍ରଣ ମିଳିଥିଲା । ଏହି ଦୁଇ ଦେଶ ବ୍ୟତୀତ ଚାଇନା, ଇରାନ, ତାଜିକିସ୍ତାନ ଓ ଉଜବେକିସ୍ତାନକୁ ବି ନିମନ୍ତ୍ରଣ କରାଯାଇଛି । ଏହି ବୈଠକର ଅଧ୍ୟକ୍ଷତା ଏନ୍‌ଏସ୍‌ଏ ଅଜିତ ଡୋଭାଲ କରିବେ ।
ଏହି ବୈଠକରେ ମାନବିକତାର ଅଭାବ, ମାନବାଧିକାର ଉପରେ କଥାବାର୍ତ୍ତା ହେବ । ଏହା ବ୍ୟତୀତ ସୁରକ୍ଷାକୁ ନେଇ ବି ଆଲୋଚନା କରାଯିବ । ତାଲିବାନଠାରୁ ବିଶ୍ୱ ଯାହା ଚାହୁଁଛି ସେ ସମ୍ପର୍କରେ ବି ଅବଗତ କରାଯିବ । ସେହିପରି ତାଲିବାନ ସରକାରଙ୍କ ଶାସନର କଥା ମଧ୍ୟ ଚର୍ଚ୍ଚା କରାଯିବ । ବୈଠକରେ ମହିଳାଙ୍କ ସୁରକ୍ଷା ଓ ଶିକ୍ଷାକୁ ନେଇ କିଛି ସମୟ ଆଲୋଚନା କରାଯିବ ।

Share