Categories: ଖେଳ

ଏହି ୩ ଖେଳାଳିଙ୍କ ବିନା ଶ୍ରୀଲଙ୍କାରୁ ଫେରିଲା ଭାରତୀୟ କ୍ରିକେଟ ଟିମ୍‌; ୨ ଜଣ ଯିବେ ଇଂଲଣ୍ଡ

ନୂଆଦିଲ୍ଲୀ,୩୧।୭: ଶ୍ରୀଲଙ୍କା ଗସ୍ତରୁ ଫେରିଛି ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଟିମ୍‌। ହେଲେ କରୋନା ସଂକ୍ରମିତ ହୋଇଥିବା କୃଷ୍ଣପା ଗୌତମ, ୟୁଜବେନ୍ଦ୍ର ଚହଲ ଏବଂ କ୍ରୁନାଲ ପାଣ୍ଡ୍ୟା ନ ଆସି ଶ୍ରୀଲଙ୍କାରେ ଅଛନ୍ତି। ନିୟମ ଅନୁଯାୟୀ ସେମାନଙ୍କୁ ସାତ ଦିନ ସେଠାରେ ରହିବାକୁ ହେବ ବୋଲି ଜଣାପଡ଼ିଛି। ତେବେ ବାକି ଖେଳାଳିଙ୍କ ସହ ଦଳ ଭାରତ ଫେରିଛି।

ପ୍ରକାଶ ଯେ, ଦ୍ୱିତୀୟ ଟି୨୦ ମ୍ୟାଚ୍‌ ପୂର୍ବରୁ କ୍ରୁନାଲ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ମ୍ୟାଚ୍‌କୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୮ଜଣ ଖେଳାଳିଙ୍କ କ୍ୱାରାଣ୍ଟାଇନ୍‌ରେ ରଖାଯିବା ସହ ନମୂନା ପରୀକ୍ଷଣ କରାଯାଇଥିଲା। ସେଥିରୁ ଦୁଇଜଣଙ୍କ ନମୂନା ପଜିଟିଭ୍‌ ଆସିଥିଲା। ଅପରପକ୍ଷେ ଇଂଲଣ୍ଡ ଗସ୍ତରେ ଥିବା ଟିମ୍‌ରେ ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ ଯୋଗଦେବେ। ଆହତ ଆବେଶ ଖାନ୍‌ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ସ୍ଥାନ ସେମାନେ ନେବେ।

Share