Categories: ଖେଳ

କ୍ରିକେଟରୁ ସନ୍ୟାସ ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୩।୮: ଭାରତୀୟ କ୍ରିକେଟ ଦଳର ଖେଳାଳି ମନୋଜ ତିୱାରୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ମନୋଜ ଟିମ ଇଣ୍ଡିଆ ପାଇଁ ୧୨ ଟି ଦିନିକିଆ ଏବଂ ୩ ଟି -୨୦ ମ୍ୟାଚ ଖେଳିଛନ୍ତି। ସେ ୨୦୧୫ ରେ ଟିମ ଇଣ୍ଡିଆ ପାଇଁ ଶେଷ ମ୍ୟାଚ ଖେଳିଥିଲେ। ଘରୋଇ କ୍ରିକେଟରେ ମନୋଜଙ୍କର ଭଲ ରେକର୍ଡ ରହିଛି।

ମନୋଜ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଶେୟାର କରିବା ସହିତ ଲେଖିଛନ୍ତି, କ୍ରିକେଟକୁ ବିଦାୟ। କ୍ରିକେଟ ମୋତେ ସବୁକିଛି ଦେଇଛି। ମୁଁ ଯାହା ସ୍ବପ୍ନରେ ଦେଖିଥିଲି, ତାହା ପାଇଛି। ପିଲାଦିନରୁ ମୋତେ ପ୍ରଶିକ୍ଷଣ ଦେଇଥିବା ସମସ୍ତ କୋଚ୍‌ଙ୍କୁ ଧନ୍ୟବାଦ। ମୋର ଏହି ସଫଳତାରେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୋର କୋଚ ମନବେନ୍ଦ୍ର ଘୋଷ ମୋର କ୍ରିକେଟ ଯାତ୍ରାରେ ସ୍ତମ୍ଭ ପରି ଠିଆ ହୋଇଥିଲେ। ମୋର ପିତାମାତାଙ୍କୁ ଧନ୍ୟବାଦ। ଉଭୟେ ମୋ ଉପରେ ଅଧ୍ୟୟନ କିମ୍ବା ଅନ୍ୟ କୌଣସି ପ୍ରକାର ଚାପ ପକାନ୍ତି ନାହିଁ। ମୋ ପତ୍ନୀଙ୍କୁ ଧନ୍ୟବାଦ ପ୍ରତ୍ୟେକ ପରିସ୍ଥିତିରେ ସେ ସବୁବେଳେ ମୋ ସହିତ ଥିଲେ।

Share