ମାତୃତ୍ୱ ଦିବସରେ ମା’ଙ୍କୁ ଯୌନ ନିର୍ଯ୍ୟାତନା ପରେ ହତ୍ୟା

ନ୍ୟୁୟର୍କ,୧୧।୫ : ମାତୃତ୍ୱ ଦିବସ ଅବସରରେ ୬୫ ବର୍ଷୀୟା ମା’ଙ୍କୁ ଯୌନ ନିର୍ଯ୍ୟାତନା ଦେବା ପରେ ହତ୍ୟା କରିଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ଘଟଣାଟି ଜମାଇକାର ବେଲେରୋଜ ମନୋର ଅଞ୍ଚଳରେ ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ପୁଷ୍କର ଶର୍ମା (୨୮) ଘରେ ମା’ ସରୋଜ ଶର୍ମାଙ୍କ ଉପରେ ଶନିବାର ସକାଳେ ମରଣାତ୍ମକ ଆକ୍ରମଣ କରିଥିଲେ। ଅଭିଯୁକ୍ତ ମା’ଙ୍କୁ ପଛ ପଟୁ ଧରି ଲଗାତାର ମୁଥା ମାରିଥିଲେ ବୋଲି ଓକିଲମାନେ କହିଛନ୍ତି। ମା’ ତଳେ ପଡ଼ିବା ପରେ ଯୌନ ନିର୍ଯ୍ୟାତନା ଦେଇଥିଲେ। ଚେତା ହରାଇବାର କିଛି ସମୟ ପରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିବା ଅଧିକାରୀ କହିଛନ୍ତି।

ବେକ ଚିପି ମା’ଙ୍କୁ କରିଥିବା ପୁଷ୍କର ପୋଲିସ ଆଗରେ ସ୍ବୀକାର କରିଛନ୍ତି। ରକ୍ତରେ ଜୁଡ଼ୁବୁଡୁ ଅବସ୍ଥାରେ ପର୍ସ ଓ ଚାବି ନେଇ ଚାଲି ଚାଲି ବାହାରକୁ ଯାଇଥିଲେ। ସରୋଜଙ୍କ ଚେତାଶୂନ୍ୟ ଶରୀର ଘରର ବେସମେଣ୍ଟରେ ପଡ଼ିଥିବା ଦେଖି ଜଓ୍ବେିଶ ହସ୍ପିଟାଲ ନେଇଯାଇଥିଲେ ଝିଅ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ରବିବାର ଏହି ମାମଲାର ଶୁଣାଣି କରିବା ପରେ କୋର୍ଟ ପୁଷ୍କରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ଅଭିଯୁକ୍ତ ପୁଷ୍କରଙ୍କ ମାନସିକ ସନ୍ତୁଳନ ଠିକ୍‌ ନ ଥିବା ପୀଡ଼ିତା ସରୋଜଙ୍କ ପଡ଼ୋଶୀ କେଭିନ କହିଛନ୍ତି।

Share